ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ନାରୀ ନିର୍ଯାତନା ବନ୍ଦ ଦାବିରେ ବିକ୍ଷୋଭ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ଘେରିଲା କଂଗ୍ରେସ

Published By : Rasmita Pradhan | March 10, 2025 3:24 PM

ଭୁବନେଶ୍ୱର, ୧୦/୩ : ରାଜ୍ୟରେ ମହିଳା ଅସୁରକ୍ଷିତ, ମହିଳାଙ୍କୁ ସୁରକ୍ଷା ମିଳୁ। ଏହି ଦାବିରେ ସୋମବାର ପ୍ରଦେଶ କଂଗ୍ରେସ ତରଫରୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶତାଧିକ ସଂଖ୍ୟାରେ ମହିଳାଙ୍କ ସମେତ ପିସିସି ସଭାପତି ଭକ୍ତ ଦାସ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସହ ବରିଷ୍ଠ ନେତୃବୃନ୍ଦ ଏଥିରେ ସାମିଲ ହୋଇଛନ୍ତି। ରାଜ୍ୟରେ ନାରୀ ନିର୍ଯ୍ୟାତନା ବନ୍ଦ ହେଉ, ଆଦିବାସୀ ଛାତ୍ରୀଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।

ସୂଚନାନୁଯାୟୀ, ରାଜ୍ୟରେ ବର୍ଦ୍ଧିତ ନାରୀ ନିର୍ଯାତନାକୁ ପ୍ରସଙ୍ଗ କରି କଂଗ୍ରେସ ସରକାରଙ୍କୁ ଟାର୍ଗେଟ୍ କରୁଛି। କଂଗ୍ରେସ ବିଧାୟକମାନେ ବିଧାନସଭାରେ ମଧ୍ୟ ଜୋରଦାର୍ ପ୍ରତିବାଦ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଏହା ଉପରେ ଗୃହରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି କଂଗ୍ରେସ ବିଧାୟକମାନେ ଦାବି କରୁଛନ୍ତି।

ଏହି ଖବରଟିକୁ ପଢନ୍ତୁ-ରାଜ୍ୟରେ ବଢୁଛି ନାରୀ ନିର୍ଯାତନା, ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କଂଗ୍ରେସ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.