ଭୁବନେଶ୍ବର ; ୨୧/୧ : ଦୁବାଇ ଯାତ୍ରା କରିବାକୁ ଯୋଜନା କରୁଥିଲେ ଜାଣି ରଖନ୍ତୁ । ଭୁବନେଶ୍ବର ବିମାନ ବନ୍ଦରରୁ ଦୁବାଇ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ । ନୂଆ ପାସେଞ୍ଜର ବୁକିଙ୍ଗ ନଉନି ବିମାନ । ମାର୍ଚ୍ଚ ୨୮ ପରଠାରୁ ଟିକେଟ ବୁକିଙ୍ଗ ଦେଖାଉନି । ଯେଉଁଥିପାଇଁ ଆଶଙ୍କା କରାଯାଉଛି ଏହି ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ହୋଇପାରେ । ତେବେ ଭୁବନେଶ୍ୱରରୁ ଦୁବାଇ ଯାତ୍ରୀଙ୍କ ସଂଖ୍ୟା ବହୁତ ଅଧିକ ରହିଛି । ଏଣୁ ବହୁ କ୍ଷତି ହେବ ବୋଲି ଆଶଙ୍କା କରିଛନ୍ତି ଟୁର୍ ଆଣ୍ଡ ଟ୍ରାଭେଲ୍ ବିଶେଷଜ୍ଞ ।
ସରକାରଙ୍କ ପକ୍ଷରୁ ଭାଇବିଲିଟି ଗ୍ୟାପ୍ ଫଣ୍ଡ ବନ୍ଦ ହେବା ଆଶଙ୍କାରେ ବିମାନ ମାଲିକ ଏହି ନିଷ୍ପତ୍ତି ନେଉଛନ୍ତି । କୁହାଯାଉଛି କି, ଏହା କେବଳ ଚାପ ପକାଇବା ପାଇଁ । ସରକାରଙ୍କ ପକ୍ଷରୁ ମିଳୁଥିବା ଭିଜିଏଫର ସମୟ ସୀମା ସରୁଛି । ତେଣୁ ଏହି ଫଣ୍ଡ ପାଇବା ପାଇଁ ବିମାନ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଉଥିବେ ବୋଲି ସ୍ୟାଣ୍ଡ ଆଣ୍ଡ ପ୍ୟାବେଲ୍ ଏମ ଡି କହିଛନ୍ତି । ଏହା ଛଡ଼ା ଇଣ୍ଡିଗୋ ବିମାନରେ ପାଇଲଟଙ୍କୁ ନେଇ ଥିବା ସମସ୍ୟା ଯୋଗୁଁ ମଧ୍ୟ ଇଣ୍ଡିଗୋ ବିମାନ ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ବିମାନ ସେବା ବନ୍ଦ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥାଇପାରେ ବୋଲି ସେ କହିଛନ୍ତି । କିନ୍ତୁ ଏହା ଗ୍ରହଣୀୟ ନୁହେଁ । ୩ ବର୍ଷ ମଧ୍ୟରେ ଯିବା ଆସିବା ଯାତ୍ରୀଙ୍କ ସଂଖ୍ୟା ବେଶ ଅଧିକ ରହୁଛି ବୋଲି ସେ କହିଛନ୍ତି । ତେବେ ଭୁବନେଶ୍ୱରରୁ ୪ଟି ଆନ୍ତର୍ଜାତୀୟ ସ୍ଥାନ ଦୁବାଇ , ବ୍ୟାଙ୍କକ୍, ସିଙ୍ଗାପୁର ଓ ଆବୁଧାବିକୁ ସିଧା ବିମାନ ଯାଉଥିଲା । ଡିସେମ୍ବରରେ ଆବୁଧାବୀ ବିମାନ ବନ୍ଦ ହେବା ପରେ ଏହି ୩ଟି ଆନ୍ତର୍ଜାତୀୟ ବିମାନ ରହିଲା । ତାହା ମଧ୍ୟରୁ ମାର୍ଚ୍ଚରେ ଦୁବାଇ ଓ ସିଙ୍ଗାପୁର ବିମାନ ବନ୍ଦ ହେବାକୁ ଯାଉଛି। ଯାହାକି ବିମାନଯାତ୍ରୀଙ୍କ ପାଇଁ ଏକ ଚିନ୍ତାର କାରଣ ପାଲଟିଛି ।