ଭୁବନେଶ୍ବର, ୦୮/୦୬: ରାଜଧାନୀରେ ଚାଞ୍ଚଲ୍ୟ । ଯୁବତୀଙ୍କୁ ହଷ୍ଟେଲରୁ ଡାକିନେଇ ହୋଟେଲରେ ଦୁଷ୍କର୍ମ । ଧଉଳି ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ । ଏତଲା ଆଧାରରେ ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ରବିବାର  ଧଉଳି ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ଯୁବତୀଙ୍କ ପୁରୁଷ ବନ୍ଧୁ ରବିବାର ତାଙ୍କୁ ଏକ ହୋଟେଲକୁ ଡାକିଥିଲେ । ପୁରୁଷ ବନ୍ଧୁଙ୍କୁ ବିଶ୍ବାସ କରି ଯୁବତୀ ଜଣଙ୍କ ସେଠାରେ ପହଞ୍ଚିଥିଲେ । ହେଲେ ସେଠାରେ ତାଙ୍କ ଇଚ୍ଛା ବିରୋଧରେ ପୁରୁଷ ବନ୍ଧୁ ବଳପୂର୍ବକ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଯୁବତୀ ଜଣଙ୍କ ଧଉଳି ଥାନାରେ ଏତଲା ଦେଇଛନ୍ତି । ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ସେପଟେ ପୀଡ଼ିତାଙ୍କ ଡାକ୍ତରୀମାଇନା ହୋଇଛି ।
ଅଧିକ ପଢନ୍ତୁ- 
Cyber Crime: ଏମିତି ଆମ ସାଇବର ଥାନା, କେସ ଫାଇଲ, ଚାର୍ଜସିଟ୍ ଓ ତଦନ୍ତ ଭୟରେ ପୁଲିସ୍, ଠକାମି ୧ ଲକ୍ଷରୁ କମ୍ ହେଲେ ଶୁଣୁନି​​​​​​​