ପ୍ରମୂଖ ଖବର
  • ପୁଣି ଶ୍ରୀମନ୍ଦିର ଭିତରୁ ଯୁବକଙ୍କ ଠାରୁ ହିଡେନ କ୍ୟାମେରା ଜବତ
  • ||
  • ମଙ୍ଗଳବାର ଏନଡିଏ ସଂସଦୀୟ ଦଳର ବୈଠକ, ସାଂସଦଙ୍କୁ ସମ୍ବୋଧନ କରିବେ ପିଏମ ମୋଦୀ
  • ||
  • ଓଭାଲରେ ଇଂଲଣ୍ଡର ଭାଙ୍ଗିଲା ଗର୍ବ; ପଞ୍ଚମ ଟେଷ୍ଟକୁ ୬ ରନରେ ଜିତିଲା ଭାରତ, ସିରିଜ୍ ବରାବର
  • ||
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ସିବିଆଇକୁ ବଡ ସଫଳତା; ଚିଟ୍ ଫଣ୍ଡ ଦୁର୍ନୀତିରେ ସାମିଲ ମାଷ୍ଟରମାଇଣ୍ଡ ଗିରଫ

Published By : Bijay Swain | August 4, 2025 11:07 PM

ଭୁବନେଶ୍ୱର: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଚିଟ୍ ଫଣ୍ଡ ଦୁର୍ନୀତି ମାମଲାର ମାଷ୍ଟରମାଇଣ୍ଡ ସିବାକୁମାର ଗଙ୍ଗାଧରନ ଓରଫ ଜି. ସିବାକୁମାରଙ୍କୁ ଗିରଫ କରିଛି। ଅଭିଯୁକ୍ତ ସିବାକୁମାର ରାଇଟମାକ୍ସ ଟେକ୍ନୋଟ୍ରେଡ ଇଣ୍ଟରନ୍ୟାସନାଲ ଲିମିଟେଡର ନିର୍ଦ୍ଦେଶକ ଥିଲେ ଏବଂ ୨୦୧୮ ମସିହାରୁ ନିଜର ଅବସ୍ଥାନ ବାରମ୍ବାର ବଦଳାଇ ଗିରଫଦାରୀକୁ ଏଡାଇ ଚାଲିଥିଲେ।

ସୂଚନା ମୁତାବକ, ରାଇଟମାକ୍ସ ଟେକ୍ନୋଟ୍ରେଡ ଇଣ୍ଟରନ୍ୟାସନାଲ ଲିମିଟେଡ ୨୦୧୦ ମସିହା ଅପ୍ରେଲ ୧ ତାରିଖରେ ବେଙ୍ଗାଲୁରୁରେ ଆରମ୍ଭ ହୋଇଥିଲା। ଏହି ସଂସ୍ଥା ଉଚ୍ଚ ରିଟର୍ନର ପ୍ରତିଶ୍ରୁତି ଦେଇ ନିବେଶକମାନଙ୍କଠାରୁ କୋଟି କୋଟି ଟଙ୍କା ସଂଗ୍ରହ କରିଥିଲା।  ହେଲେ ଅନେକ ବର୍ଷ ଧରି ଅପେକ୍ଷା କରିବା ପରେ ବି ଲୋକମାନେ ରିଟର୍ଣ୍ଣ ନପାଇବାରୁ ଚିଟ୍ ଫଣ୍ଡ ଦୁର୍ନୀତିରେ ଫସିଥିବା ଜାଣି ଅଭିଯୋଗ ଦାୟର କରିଥିଲେ।

ଏହି ମାମଲାଟି ପ୍ରଥମେ ୨୦୧୪ ମସିହାରେ ପଞ୍ଜୀକୃତ ହୋଇଥିଲା। ଯେଉଁଥିରେ ଠକେଇ, ଅପରାଧିକ ଷଡଯନ୍ତ୍ର ଏବଂ ପ୍ରାଇଜ ଚିଟ୍ସ ଆଣ୍ଡ ମନି ସର୍କୁଲେସନ ସ୍କିମ୍ସ (ବ୍ୟାନିଂ) ଆକ୍ଟ, ୧୯୭୮ର ଉଲ୍ଲଙ୍ଘନ ନେଇ ଅଭିଯୋଗ ହୋଇଥିଲା। ୨୦୧୯ ମସିହାରେ ସିବାକୁମାରଙ୍କୁ ଘୋଷିତ ଅପରାଧୀ ଭାବେ ଘୋଷଣା କରାଯାଇଥିଲା। ସିବିଆଇ ତାଙ୍କୁ ତାମିଲନାଡୁର କରୁରରେ ଟେକନିକାଲ ଓ ସୂଚନା ସୂତ୍ର ମାଧ୍ୟମରେ ଖୋଜି ବାହାର କରିଥିଲା। 

ଭୁବନେଶ୍ୱରରୁ ଏକ ସିବିଆଇ ଦଳ ଅଗଷ୍ଟ ୩ ତାରିଖରେ ତାଙ୍କୁ ଗିରଫ କରି ସ୍ୱତନ୍ତ୍ର ମୁଖ୍ୟ ବିଚାରପତି ଅଦାଲତ (ସ୍ପେସିଆଲ ସିଜେଏମ କୋର୍ଟ)ରେ ହାଜର କରିଥିଲେ। ଅଦାଲତ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠି ସେ ଆସନ୍ତା ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ରହିବେ ବୋଲି ସୂଚନା ମିଳିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.