ନୂଆଦିଲ୍ଲୀ, ୦୫/୦୩: ରାଜ୍ୟସଭା ଯିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଏନେଇ ଗୁରୁବାର ସେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ଏବଂ ଏନଡିଏ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନୋମିନେସନ ଭରିଛନ୍ତି । ନୀତୀଶ କୁମାର, ବିଜେପି ସଭାପତି ନୀତିନ ନବୀନଙ୍କ ସମେଚ ପାଞ୍ଚ ଏନଡିଏ ପ୍ରାର୍ଥୀ ଆଜି ଶେଷ ଦିନରେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ସେପଟେ ନୀତୀଶ କୁମାର ସ୍ଥାନରେ ତାଙ୍କ ପୁଅ ନିଶାନ୍ତଙ୍କୁ ବଡ଼ ପଦ ମିଳିପାରେ ବୋଲି କୁହାଯାଉଛି ।
ଫେବୃଆରୀ ୨୭ରେ ୧୦ମ ଥର ପାଇଁ ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ରାଜ୍ୟସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାର ତାଙ୍କର ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ତେବେ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଇଛି । ନୀତୀଶ କୁମାର ୨୦୦୫ରୁ ବିହାରର ମୁଖ୍ୟମନ୍ତ୍ରୀ ଅଛନ୍ତି । ରାଜ୍ୟବାସୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି ନୀତୀଶ କୁମାର କହିଛନ୍ତି ଯେ ତାଙ୍କ ଏମପି କ୍ୟାରିଅର ଆରମ୍ଭରୁ ବିହାର ବିଧାନସଭା, ବିଧାନ ପରିଷଦ ଏବଂ ସଂସଦର ଉଭୟ ଗୃହର ସଦସ୍ୟ ହେବା ତାଙ୍କର ଇଚ୍ଛା ଥିଲା।
ଅଧିକ ପଢ଼ନ୍ତୁ-ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ