ପାଟନା,୧୪/୧୧; କାହା ସପକ୍ଷରେ ଆସିବ ଜନାଦେଶ ? କିଏ ହେବ ବିହାର ବାଜିଗର ? ଏକ୍ଜାଟ ହେବ କି ଏକଜିଟ୍ ପୋଲ୍ । ପୁଣି ଏନଡିଏ ସରକାର ନା ମହାମେଣ୍ଟ ପିନ୍ଧିବ ବିଜୟ ମୁକୁଟ । ବିହାରରେ ଭୋଟ୍ ଗଣତି ଜାରି ରହିଛି । ରାଜ୍ୟର ୨୪୩ ଆସନରେ ଭୋଟ୍ କାଉଣ୍ଟିଂ ଜାରି ହୋଇଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ମହାମେଣ୍ଟଠୁ NDA ଆଗରେ ଚାଲୁଛି । ତେଣୁ ଅନୁମାନ କରାଯାଉଛି କି କେଉଁଠି ନା କେଉଁଠି ବିହାରରେ ପାଇଁ କରାଯାଇଥିବା ବୁଥ୍ ବାହୁଡ଼ା ଆକଳନ ସତ ହେବ । ରିପୋର୍ଟ ଲେଖାଯିବା ସୁଦ୍ଧା ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ, ଏନଡିଏ ୪୨ ଆସନରେ ଆଗରେ ଚାଲୁଛି । ଏମ୍ଜିବି ବା ମହାମେଣ୍ଟ ୩୨ ସିଟ୍ରେ ଲିଡ୍ କରୁଛି । ଜନ୍ ସୁରଜ ପାର୍ଟି ୨ଟି ଆଗରେ ଥିବାବେଳେ ଅନ୍ୟାନ ଗୋଟିଏ ସିଟ ଆଗରେ ଅଛି । ଆଲିନଗରରେ ବିଜେପି ପ୍ରାର୍ଥୀ ମୈଥଲି ଠାକୁର ଓ ଲଖିସରାଇ ସିଟ୍ରୁ ବିଜେପି ପ୍ରାର୍ଥୀ ବିଜୟ ସିହ୍ନା ଆଗୁଆ ଅଛନ୍ତି ।
ବିହାରରେ ସରିଛି ପୋଷ୍ଟାଲ ବାଲେଟ୍ ଗଣତି । ଇଭିଏମ୍ରୁ ଖୋଲୁଛି ପ୍ରାର୍ଥୀଙ୍କ ଭାଗ୍ୟ । ରାଘୋପୁର ଆଗରେ ତେଜସ୍ବୀ ଯାଦବ । ମହୁଆଙ୍କଠୁ ପଛରେ ତେଜପ୍ରତାବ ଯାଦବ ରହିଥିବାବେଳେ ଲାଲଗଞ୍ଜରୁ ଆରଜେଡିର ଶିବାନୀ ଶୁକ୍ଲା ଅଗୁଆ ଅଛନ୍ତି ।NDA କ୍ଷମତା ବଜାୟ ରଖିବା ନେଇ ସବୁ ଏକ୍ଜିଟ ପୋଲ୍ ଆକଳନ କରିଛନ୍ତି । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ମ୍ୟାଜିକ ନମ୍ବର ହେଉଛି ୧୨୨ । ବିହାରରେ ରେକର୍ଡ ଭୋଟିଂ ହୋଇଛି ଯାହା ୧୯୫୧ ମସିହା ପରଠାରୁ ହୋଇନଥିଲା । ବିହାରରେ ନୀତିଶ ନା ତେଜସ୍ୱୀ ତାହା ଆଜି ହି ସ୍ପଷ୍ଟ ହେବ । ସନ୍ଧ୍ୟା ସୁଦ୍ଧା ଫଳାଫଳ ଘୋଷଣା ହେବ । ଏହି ଫଳାଫଳ ୨,୬୦୦ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବ । ତେଣୁ ଫଳାଫଳ ଉପରେ କେବଳ ୭.୪ କୋଟି ବିହାର ଭୋଟର ନୁହନ୍ତି, ବରଂ ସମଗ୍ର ଦେଶବାସୀଙ୍କ ନଜର ରହିଛି ।
ରାଜ୍ୟରେ ପୁଣିଥରେ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍ଡିଏ ସରକାର ଗଠନ ହେବ ନା ମହାମେଣ୍ଟ କ୍ଷମତାସୀନ ହେବ ତାହା ସ୍ପଷ୍ଟ ହେବ । ବିହାରବାସୀ ଆଗାମୀ ୫ ବର୍ଷ ପାଇଁ ଶାସନ ଡୋରୀ କାହାକୁ ଦେଇଛନ୍ତି ତାହା ଏହି ଫଳାଫଳ ହିଁ ନିର୍ଦ୍ଧାରଣ କରିବ । ୨୪୩ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୬ ଓ ୧୧ରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଇଥିଲା ।