ନୂଆଦିଲ୍ଲୀ : ବିହାର ବିଧାନସଭାରେ ସମ୍ରାଟ ଚୌଧୁରୀଙ୍କ ସରକାର ବିଶ୍ବାସ ଭୋଟ୍ ହାସଲ କରିଛି । ଶୁକ୍ରବାର ବିହାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସମ୍ରାଟ ଚୌଧୁରୀଙ୍କ ସରକାର ବିଶ୍ବାସ ଭୋଟ୍ ଜିତିଥିବା ନେଇ ଘୋଷଣା କରାଯାଇଥିଲା । ତେଜସ୍ବୀ ଯାଦବ ଏହି ବିଶ୍ବାସ ଭୋଟରେ ଭାଗ ନେଇଥିବାବେଳେ ଚିରାଚରିତ ଢ଼ଙ୍ଗରେ ସରକାରଙ୍କୁ ସମାଲୋଚନା କରିଥିଲେ ।
ତେଜସ୍ବୀ କହିଥିଲେ ସମ୍ରାଟ୍ ଚୌଧୁରୀ ଲାଲୁ ପ୍ରସାଦ ଯାଦବଙ୍କ ପାଠଶାଳାରୁ ଆସିଛନ୍ତି । ଏହାଠାରୁ ଭଲ ଆଉ କ’ଣ ବା ହୋଇପାରେ । ଯଦି ବିଜେପି ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ନାମ ଘୋଷଣା କରିଥାନ୍ତା ତେବେ ଆଜି ବହୁମତ ପ୍ରଦର୍ଶନ ପାଇଁ ଅଧିବେଶନ ଡାକିବାକୁ ଆବଶ୍ୟକ ନଥାନ୍ତା । ଏହାସହ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ନିର୍ବାଚିତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ବୋଲି କହିଛନ୍ତି ତେଜସ୍ବୀ ।
ଏହାସହ ବିଜେପିକୁ ଟାର୍ଗେଟ କରି ତେଜସ୍ବୀ କହିଛନ୍ତି କି, ବିଜେପି ନୀତିଶ କୁମାରଙ୍କୁ ଶେଷ କରି ଦେଇଛି । ନିର୍ବାଚନ ସମୟରେ ୨୦୨୫-୩୦ ପର୍ଯ୍ୟନ୍ତ ନୀତିଶଙ୍କ ସ୍ଲୋଗନ ଦେଇଥିଲେ ମାତ୍ର ତାଙ୍କୁ ଶେଷ କରିଦେଲେ । ବିହାର ଏକ ଅଜବ ରାଜ୍ୟ । ଏଠାରେ ୫ ବର୍ଷରେ ୫ଟି ସରକାର ଗଠନ ହୋଇଛି । ଏନଡିଏ ୨୦ ବର୍ଷ ଧରି କ୍ଷମତାରେ ରହିଛି । କିନ୍ତୁ ଲୋକମାନେ ପାଞ୍ଚ ବର୍ଷରେ ୫ଥର ସରକାର ଗଠନ କରିଛନ୍ତି । କାହିଁକି ବାରମ୍ବାର ଏହି ପରିସ୍ଥିତି ଉପୁଜୁଛି? ଯେକୌଣସି ସରକାରର ବିକାଶ କାର୍ଯ୍ୟ ପାଇଁ ସ୍ଥିରତା ରହିବା ଉଚିତ ।
ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଟାର୍ଗେଟ କରି ତେଜସ୍ୱୀ ଯାଦବ କହିଛନ୍ତି ଯେ ସମ୍ରାଟ ଚୌଧୁରୀଙ୍କୁ ତାଙ୍କର ପଗଡି ସତର୍କତାର ସହିତ ରଖିବା ଉଚିତ। ଅନେକ ଲୋକ ଦେଖୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଏବେ ତାଙ୍କ ଉପରେ ପରିବାରବାଦର ଅଭିଯୋଗ ଆସିବ ନାହିଁ। ସମ୍ରାଟ ଚୌଧୁରୀଙ୍କ ବାପା ମଧ୍ୟ ରାଜନୀତିରେ ଥିଲେ। ସମ୍ରାଟ ଚୌଧୁରୀ ଆମ ସ୍କୁଲର ଛାତ୍ର।
ଏହାସହ ପଢ଼ନ୍ତୁ : ରାଘବ ଚଢ଼ାଙ୍କ ସହ ଆପ୍ ଛାଡ଼ିଥିବା ୭ ସାଂସଦ କିଏ ?