କୋକସରା, ୦୭/୦୩ : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ଚିକିଲି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା। ଶୁକ୍ରବାର ସନ୍ଧ୍ୟାରେ ଏକ ବସ୍ ଓ ବାଇକ୍ ଧକ୍କା ହେବା ଯୋଗୁଁ ଜଣେ ଯୁବକ ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। କୋକସରା ପୁଲିସ ଦୁର୍ଘଟଣା ଘଟାଇଥିବା ବସ୍ ଓ ବାଇକ୍ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ କୋକସରା ଥାନା ଲଡୁଗାଁ ଚିକିଲି ରାସ୍ତାରେ ଏକ ବସ୍ ଓ ବାଇକ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ବାଇକ୍ ଆରୋହୀ ଜୟପାଟଣା ବ୍ଲକ ବାଞ୍ଜିବାହାଲ ଗ୍ରାମର ପୁରୁନ ଚଳାନ (୩୩ ବର୍ଷ) ଗୁରୁତର ହୋଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ କୋକସରା ପୁଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଯୁବକଙ୍କ ସହିତ ବାଇକ୍‌ ରେ ଥିବା ଅନ୍ୟ ଜଣେ ଯୁବକ ଫେରାର ହୋଇଯାଇଥିବା ଜଣାପଡିଛି। ପୁଲିସ ଦୁର୍ଘଟଣା ଘଟାଇ ଥିବା ବସ୍ ଓ ବାଇକ୍ କୁ ଜବତ କରିଛି। ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ମୃତକ ଯୁବକଙ୍କ ପରିବାର ଲୋକ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଡି.ମୋହନ ସୂଚନା ଦେଇଛନ୍ତି।

ଏହି ଖବରଟିକୁ ପଢନ୍ତୁ- ଅନନ୍ତପୁର ଛକ ନିକଟରେ ଭୟଙ୍କର ଦୁର୍ଘଟଣା, ହାଇଓ୍ବା ଧକ୍କାରେ ଚାଲିଗଲା ୩ ବାଇକ ଆରୋହୀଙ୍କ ଜୀବନ