ଝାରପୋଖରିଆ, ୧୪/୦୯: ମୟୂରଭଞ୍ଜ ଝାରପୋଖରିଆ ଠାରେ ଅର୍ଦ୍ଧନିର୍ମିତ ଓଭରବ୍ରିଜ୍ ତଳେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରେଲର ସହ ପିଟି ହେଲା ବାଇକ୍ । ଏହି ଦୁର୍ଘଟଣାରେ ବାଇକ୍ ଆରେହୀଙ୍କ ମୃତ୍ୟୁ ହୋଇଛି । ମୃତକ ଚାନ୍ଦୁଆ ଥାନା ଅଞ୍ଚଳର ସୁରେଶ ବିନ୍ଧାଣି ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ଯୁବକ ଜଣକ ସସ୍ତ୍ରିକ ଝାରଖଣ୍ଡର ନିଜ ଶ୍ବଶୁର ଘରୁ ବାଇକ୍ ଯୋଗେ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ରବିବାର ଦିନ ୧ଟାରେ ଝାରପୋଖରିଆରେ ଅର୍ଦ୍ଧନିର୍ମିତ ଓଭରବ୍ରିଜ୍ ତଳେ ବାଇକ୍ଟି ଏକ ଟ୍ରେଲର ସହ ପିଟି ହୋଇଥିଲା । ଫଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଫଳରେ ଉଭୟ ୧୮ ଓ ୪୯ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ଠପ୍ ହୋଇ ରହିଛି । ଏସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ଝାରପୋଖରିଆ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।