ପ୍ରମୂଖ ଖବର

ବୋଲେରୋ ଧକ୍କାରେ ବାଇକ୍ ଆରୋହୀ ଗୁରୁତର

Published By : Prameya | May 16, 2025 11:23 PM

ଅନୁଗୁଳ, ୧୬/୫ : ସହର ଉପକଣ୍ଠ ସଦର ଥାନା ସମ୍ମୁଖରେ ଏକ ବୋଲେରୋ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ, ଠାକୁରଗଡ଼ ଥାନା ଅନ୍ତର୍ଗତ ପାଇକସାହି ବାଲିସାହି ଗ୍ରାମର ଗୋଲଖ ସାହୁଙ୍କ ପୁଅ ସାର୍ତୁକ୍ (୨୫) ଶୁକ୍ରବାର ତାଙ୍କର ବାଇକ୍କୁ ସର୍ଭିସିଂ କରିକାକୁ ଅନୁଗୁଳ ଆସି ସନ୍ଧ୍ୟାରେ ଘରକୁ ଫେରୁଥିଲେ।ମାତ୍ର ସଦର ଥାନା ସମ୍ମୁଖରେ ଏକ ବୋଲେରୋ ତାଙ୍କୁ ପଛରୁ ଧକ୍କା ଦେଇଥିଲା। 

ଫଳରେ ସାର୍ତୁକ୍ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଖବରପାଇ ସଦର ପୋଲିସ ପହଞ୍ଚି ସାର୍ତୁକଙ୍କୁ ଉଦ୍ଧାର କରି ପୋଲିସ ଗାଡ଼ିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଠାରେ ତାଙ୍କର ଦୁଇ ହାତ, ବାମ ଜଂଘ ଭାଙ୍ଗି ଥିବା ଜଣାପଡିଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିବାକୁ ପରାମର୍ଶ ଦେଇଛନ୍ତି। ସଦର ଥାନା ପୋଲିସ ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ଅଟକ ରଖିଥିବା ଜଣାପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.