ନୂଆଦିଲ୍ଲୀ,୦୩/୧୧: ଛତିଶଗଡର ମର୍ମନ୍ତୁଦ ସଡକ ଦୁର୍ଘଟଣା। ପୋଖରୀକୁ ଖସିଲା ସ୍କର୍ପିଓ। ଫଳରେ ଜଣେ ମହିଳା ଓ ଝିଅଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆହତ ହୋଇଥିବା ନେଇ ଜଣାପଡିଥିବା ବେଳେ ଆହତଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଏନେଇ ପୋଲିସ ଅଧିକାରୀ କହିଛନ୍ତି ଯେ ଶନିବାର ରାତି ପ୍ରାୟ ୮.୩୦ ବେଳେ ବଳରାମପୁରର ରାଜପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ବୁଦ୍ଧ ବାଗିଚା ମୁଖ୍ୟ ରାସ୍ତାରେ ଗାଡିଟି ପୋଖରୀରେ ଖସିପଡ଼ିବା ୬ଜଣଙ୍କର ମୃତ୍ୟୁ ଘଟିଛି। ତେବେ ବଳରାମପୁର ଜିଲ୍ଲାର ଲରିମା ଗାଁର ବାସିନ୍ଦା ଏକ ଗାଡିରେ ଅନ୍ୟ ଏକ ସ୍ଥାନକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି। ଯେତେବେଳେ ସ୍କର୍ପିଓ ନେଇଥିଲା ସେତେବେଳେ ତାହା ନିୟନ୍ତ୍ରଣ ବାହାରକୁ ଯାଇ ପୋଖରୀରେ ଖସିପଡିଥିଲା।ଏନେଇ ସୂଚନା ପାଇବା ପରେ ତୁରନ୍ତ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଛନ୍ତି। ଗାଡିରେ ଯାତ୍ରା କରୁଥିବା ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପୋଲିସ ଆହତ ଡ୍ରାଇଭରକୁ ଉଦ୍ଧାର କରିଛି। ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ, ଜଣେ ମହିଳା ଏବଂ ଜଣେ ଝିଅ ଅଛନ୍ତି। ଆହତ ଡ୍ରାଇଭରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିସହ ଜେସିବି ମେସିନ ସାହାଯ୍ୟରେ ଗାଡିଟି ପୋଖରୀରୁ ବାହାର କରାଯାଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।