ବଲାଙ୍ଗୀର,୧୪।୩ : ବଲାଙ୍ଗୀରରେ ବିଭତ୍ସ ହତ୍ୟାକାଣ୍ଡ। ଇଟାରେ ପିଟିପିଟି ଯୁବକଙ୍କୁ ହତ୍ୟା । ଚାଷଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୁଲିସ । ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ନିର୍ବଚନ ଗାଁ ରେ ଏଭଳି ଘଟଣା ଘଟିଛି। ମୃତ ଯୁବକ ଜଣକ ହେଲେ ଦୀପକ ନାଏକ।
ତେବେ କିଛି ସାଙ୍ଗ ମାନଙ୍କ ସହ ଶୁକ୍ରବାର ଭୋଜି କରିବା ପାଇଁ ଦୀପକ ଯାଇଥିଲେ। ପରେ ଘରକୁ ଫେରିନଥିଲେ । ସକାଳୁ ଚାଷ ଜମିରୁ ଯୁବକଙ୍କ ମୃତଦେହ ମିଳିଥିଲା।ମୃତଦେହ ପୁଲିସ ଉଦ୍ଧାର କରି ଭୀମଭୋଇ ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇଥିଲା। ତେବେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଗାଁ ରେ ଦେଶୀ ରନ୍ଧାମଦ ପାଇଁ ଏଭଳି ଘଟଣା ଘଟିଥିବା କରିଛନ୍ତି ଗାଁ ଲୋକ ଅଭିଯୋଗ। ଏନେଇ ତଦନ୍ତ ଆରମ୍ଭ କରିଛି ସଦର ଥାନା ପୋଲିସ।
ଆହୁରି ପଢନ୍ତୁ : ବୁଢ଼ାବଳଙ୍ଗ ନଦୀରେ ଭାସି ଛାତ୍ର ନିଖୋଜ