ନୂଆଦିଲ୍ଲୀ – ଉଡ଼ନ୍ତା ବିମାନର ଝରକା ହଠାତ୍ ଭାଙ୍ଗି ଯିବ , ଏହାପରେ ଯାତ୍ରୀଙ୍କ ମୁଣ୍ଡ ଓ କାନ୍ଧ ବାହାରକୁ ଝୁଲି ରହିବ, ଏଥିରେ ଆପଣ କେମିତି ଅନୁଭବ କରିବେ ? ନିଶ୍ଚୟ ଭୟଙ୍କର ସ୍ଥିତି ନା । ଏମିତି ଏକ ଦୁର୍ଘଟଣା ଘଟିଛି ଗ୍ରୀସରୁ ଜର୍ମାନୀ ଯାଉଥିବା ଏକ ବିମାନରେ। ଏହା ସୌଭଗ୍ୟ ଯେ, ଯାତ୍ରୀ ଜଣଙ୍କ ସିଟ୍ ବେଲ୍ଟ ଲଗେଇ ରଖି ଥିଲେ, ନୁହେଁ ତ ସେ ସଂପୂର୍ଣ୍ଣ ରୂପେ ବାହାରେ ଖସି ପଡ଼ି ଥାନ୍ତେ। ଏହାପରେ ଅନ୍ୟ ଯାତ୍ରୀମାନେ ତାଙ୍କୁ ଟାଣି ଟାଣି ବିମାନ ଭିତରକୁ ନେଇ ଯାଇ ଥିଲେ।

ବିମାନରେ ବସି ଥିବା ଅନ୍ୟ ଯାତ୍ରୀ ମାନେ ଏହି ଘଟଣାରେ ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ବିମାନ କମ୍ପାନୀ ଯାତ୍ରୀଙ୍କୁ ପଠାଇବା ପାଇଁ ଦ୍ୱିତୀୟ ବିମାନର ବନ୍ଦୋବସ୍ତ କରି ଥିଲା। ଏହା ବ୍ୟତୀତ ମାମଲାରେ ଯାଞ୍ଚ ମଧ୍ୟ କରାଯାଉଛି। ସୂଚନା ମୁତାବିକ , ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀ ସର୍ବିଆର ଜଣେ ପର୍ଯ୍ୟଟକ ଥିଲେ। ସେ ଗ୍ରୀସର ଥେସାଲନିକିରୁ ଜର୍ମାନୀର ମେମ୍ମିନଜେନ ଯାଉଥିଲେ। ଦୁର୍ଘଟଣାରେ ସେ ସାମାନ୍ୟ ପୋଡ଼ି ହୋଇ ଯାଇଛନ୍ତି। ଏହା ବ୍ୟତୀତ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ଠିକ୍ ଥିବା କୁହାଯାଉଛି।

ବିମାନରେ ବସିଥିବା ଯାତ୍ରୀମାନେ ଏହି ଘଟଣାର ଅନୁଭବ ସେୟାର କରିଛନ୍ତି। ଏହା ମୁତାବିକ , ହଠାତ୍ ଟାୟାର ଫାଟିବା ଭଳି ଶବ୍ଦ ଆସିଲା। ଏହି ସମୟରରେ ଚିତ୍କାର କରିବାର ଶବ୍ଦ ମଧ୍ୟ ଶୁଣାଗଲା। ଯାତ୍ରୀଙ୍କ ନିଦ ଭାଙ୍ଗିବାରୁ ସେମାନେ ଦେଖିଲେ ଯେ, ଦୁର୍ଘଟଣାର ଶିକାର ଯାତ୍ରୀଙ୍କ ମୁଣ୍ଡ ଓ କାନ୍ଧ ବାହାରକୁ ରହିଛି।

ବିମାନରେ ବସି ଥିବା ଜଣେ ମହିଳାଙ୍କ କହିବାନୁସାରେ, ଆମ ଭିତରେ ଅନେକ ଲୋକ ନିଦରେ ଥିଲେ। ହଠାତ୍ ଶବ୍ଦ ହେଲା ଏବଂ କ୍ଷଣିକରେ ମୋତେ ଅନୁଭବ ହେଲା ଯେ,କେହି ଏମର୍ଜେନ୍ସି ଡୋର ଖୋଲି ଦେଇଛି। ସେ କହିଛନ୍ତି , ବିମାନ ଭିତରେ ଖୁବ୍ ଦୁର୍ଗନ୍ଧ ବ୍ୟାପିବାକୁ ଲାଗିଲା। ଏହାପରେ ଆମେ ସେହି ବ୍ୟକ୍ତିଙ୍କ ସ୍ଥିତି ଦେଖି ପାରିଲୁ। ଏହା ଭଲ ଥିଲା ଯେ, ସେ ସିଟ୍ ବେଲ୍ଟ ଖୋଲି ନଥିଲେ। ଏହାପରେ ତୁରନ୍ତ ଅନ୍ୟ ଯାତ୍ରୀମାନେ ତାଙ୍କୁ ଭିତରକୁ ଟାଣି ଥିଲେ।

ଗ୍ରୀକ୍ ମିଡିଆ ଦୁର୍ଘଟଣାର ପ୍ରକୃତ କାରଣ ଉପରୁ ପରଦା ଉଠାଇଛି। ଏହି ମୁତାବିକ ,ବିମାନରୁ ଇଞ୍ଜିନର ଖଣ୍ଡେ ଭାଙ୍ଗି ଝରକାରେ ବାଜି ଥିଲା। ଏଥିଯୋଗୁଁ ଝରକା ବାହାରି ଗଲା। ଏୟାରଲାଇନ୍ସ କମ୍ପାନୀ ରେୟାନଏୟାର ମଧ୍ୟ ଘଟଣାକୁ ନେଇ ବିବୃତ୍ତି ଜାରି କରିଛି। ଏଥିରେ କୁହାଯାଇଛି ଯେ, ଦୁର୍ଘଟଣାର ତୁରନ୍ତ ବିମାନକୁ ଥେସାଲନିକିକୁ ଫେରାଇ ନିଆଯାଇ ଥିଲା। ଏଠାରେ ବିମାନର ସୁରକ୍ଷିତ ଲ୍ୟାଣ୍ଡିଂ ହୋଇଥିଲ।।ଏହାପରେ ଯାତ୍ରୀ ଟର୍ମିନାଲକୁ ଫେରି ଯାଇଥିଲେ।

ଏହାସହ ମଧ୍ୟ ପଢନ୍ତୁ - Sheikh Hasina return : ଶେଖ ହସିନା ସରେଣ୍ଡର କରିବାକୁ ପ୍ରସ୍ତୁତ , କହିଲେ କେବେ ଫେରିବେ ବାଂଲାଦେଶ