ନୂଆଦିଲ୍ଲୀ – ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜର ବାଂଲାଦେଶ ପ୍ରତ୍ୟାବର୍ତ୍ତନ ନେଇ ବଡ଼ ବୟାନ ଦେଇଛନ୍ତି। ସେ ନିକଟରେ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ସେ କୌଣସି ବି ସ୍ଥିତିରେ ବାଂଲାଦେଶ ନିଶ୍ଚୟ ଫେରିବେ। କେବଳ ଏତିକି ନୁହେଁ, ଶେଖ ହସିନା ଏହା ମଧ୍ୟ କହିଛନ୍ତି ଯେ, ସେ ସ୍ୱଦେଶକୁ ଫେରି କୋର୍ଟରେ ସରେଣ୍ଡର ମଧ୍ୟ କରିବେ। କହି ରଖୁଛୁ କି, ଏହା ପ୍ରଥମ ଥର ଯେବେ ଅଗଷ୍ଟ ୨୦୨୪ ମସିହାରେ ବାଂଲାଦେଶ ଛାଡ଼ି ଭାରତ ଆସି ଥିବା ହସିନା ନିଜର ପ୍ରତ୍ୟାବର୍ତ୍ତନ ଓ କୋର୍ଟରେ ସରେଣ୍ଡରକୁ ନେଇ ଏହିପରି ବୟାନ ଦେଇଛନ୍ତି।

ଶେଖ ହସିନା ରୟଟର୍ସକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଏହି କଥା କହିଛନ୍ତି। ଭାରତରୁ ଏକ ଘଣ୍ଟାରୁ ଅଧିକ ସମୟର ଏକ ଟେଲିଫୋନିକ ଇଣ୍ଟରଭ୍ୟୁରେ ୭୮ ବର୍ଷିୟ ହସିନା କହି ଥିଲେ ଯେ, ସେ ଓ ବାଂଲାଦେଶରେ ବ୍ୟାନ ହୋଇଥିବା ତାଙ୍କ ଦଳ ଆୱାମୀ ଲିଗର ଅନେକ ନେତା ଡିସେମ୍ୱର ପାଖାପାଖି ସ୍ୱଦେଶ ଫେରି ଆତ୍ମସମର୍ପଣ କରିବେ। ଏହା ପୂର୍ବରୁ ବାଂଲାଦେଶରେ ଶେଖ ହସିନାଙ୍କୁ ଜୁଲାଇ ୨୦୨୪ରେ ହୋଇ ଥିବା ବିରୋଧ ପ୍ରଦର୍ଶନରେ ପ୍ରଦର୍ଶନକାରୀଙ୍କ ଦମନର ଅଭିଯୋଗରେ ମୃତ୍ୟୁ ସଜା ଶୁଣାଯାଇ ସାରିଛି।

ଆହୁରି ମଧ୍ୟ ପଢନ୍ତୁ - ଆମେରିକାର ସଂସଦୀୟ ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ନୀରବ ଡି.ଶାହ, କଲେ ବଡ଼ ଘୋଷଣା

ଇଣ୍ଟରଭ୍ୟୁ ବେଳେ ଶେଖ ହସିନା ଭାରତ ଓ ବାଂଲାଦେଶ ମଧ୍ୟରେ ତାଙ୍କୁ ହସ୍ତାନ୍ତର କରିବା ନେଇ ଚାଲି ଥିବା ଟଣାଓଟରାକୁ ନେଇ ମଧ୍ୟ ଖୋଲାଖୋଲି ଆଲୋଚନା କରିଛନ୍ତି। ଶେଖ ହସିନା କହିଛନ୍ତି - ଢାକାର ଅଧିକାରୀ ମୋତେ ଫେରେଇ ନେବାକୁ ଚାହାନ୍ତି ଏବଂ ସେମାନେ ମୋତେ ହସ୍ତାନ୍ତର କରିବାକୁ ଭାରତକୁ ବାରମ୍ୱାର ଚିଠି ପଠାଉଛନ୍ତି। ଏହାର ଆବଶ୍ୟକତା ନାହିଁ, ମୁଁ ନିଜେ ହିଁ ପ୍ରତ୍ୟାବର୍ତ୍ତନ କରିବି। ଶେଖ ହସିନା କହିଛନ୍ତି, ବାଂଲାଦେଶ ଫେରିବା କ୍ଷଣି ତାଙ୍କର ହତ୍ୟା ମଧ୍ୟ କରାଯାଇ ପାରେ, କିନ୍ତୁ ସେ ତଥାପି ଫେରିବେ। ସେ କହିଛନ୍ତି ,ସେମାନେ ମୋତେ ଫେରିବା କ୍ଷଣି ଗିରଫ କରି ପାରନ୍ତି , ଏମିତି କି ସେମାନେ ମୋତେ ମାରି ମଧ୍ୟ ପାରନ୍ତି। ଏହା ସତ୍ତ୍ୱେ ମୋତେ ଯିବାକୁ ହେବ। ମୋର ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ଦମନ ହେଉଛି। ଯଦି ମୃତ୍ୟୁ ଆସିବାର ଅଛି, ତ ମୁଁ ଚାହୁଁଛି ଯେ, ସେ ମୋର ମାଟିକୁ ଆସୁ, ଯେଉଁଠି ମୋ ମାତା ପିତାଙ୍କୁ କବର ଦିଆଯାଇଛି ଏବଂ ଯେଉଁଠି ତାଙ୍କର ରକ୍ତ ବହି ଥିଲା।

ଶେଖ ହସିନା ଇଣ୍ଟରଭ୍ୟୁରେ ଆହୁରି କହିଛନ୍ତି ଯେ, ତାଙ୍କର ନ୍ୟାୟପାଳିକା ଉପରେ ପୂରା ଭରସା ଅଛି ଏବଂ କୋର୍ଟରେ କାର୍ଯ୍ୟବାହୀ ଆରମ୍ଭ ହେବା ପରେ ଲୋକଙ୍କୁ ଜଣାପଡ଼ିଯିବ ଯେ, ତାଙ୍କ ବିରୋଧରେ ଚାଲୁଥିବା ମୋକଦମା କେତେ ସଂପୂର୍ଣ୍ଣ। ସେ କହିଛନ୍ତି , ମୋର ନ୍ୟାୟ ଉପରେ ଭରସା ଅଛି। ଯେବେ ଶୁଣାଣି ଆରମ୍ଭ ହେବ, ସେତେବେଳେ ଲୋକଙ୍କ ସାମ୍ନାରେ ସ୍ପଷ୍ଟ ହୋଇଯିବ ଯେ,ଏହି ମୋକଦମା କେତେ ହାସ୍ୟାସ୍ପଦ ଅବଂ ମୁଁ ଏହାକୁ ସାବ୍ୟସ୍ତ କରିବାକୁ ଚାହୁଁଛି ।

ହସିନା କହିଛନ୍ତି ତାଙ୍କ ସରକାର ଖସିବା ପରେ ଅୱାମୀ ଲିଗର ଅନେକ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଉପରେ ମୋକଦମା ରୁଜୁ କରାଯାଇଛି ଏବଂ ଅନେକ ଲୋକ ଲୁଚି ରହିବାକୁ ବାଧ୍ୟ ହୋଇଛନ୍ତି। କହି ରଖୁଛୁ କି, ୨୦୨୪ରେ ବାଂଲାଦେଶରେ ଛାତ୍ରଛାତ୍ରୀଙ୍କ ନେତୃତ୍ୱରେ ହସିନା ସରକାର ବିରୋଧରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହୋଇଥିଲା। ଆନ୍ଦୋଳନ ପରେ ଶେଖ ହସିନାଙ୍କୁ କ୍ଷମତା ଛାଡ଼ି ଭାରତ ଆସିବାକୁ ପଡ଼ିଥିଲା।