ଭୁବନେଶ୍ବର, ୧୫।୪ : ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ୧୩ ରୁ ୧୫ ଯାଏଁ ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ୧୮ ଜିଲ୍ଲାର  ସଭାପତି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ୧୬ରୁ ସାଙ୍ଗଠନିକ ନିର୍ବାଚନର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହେବ। ରାଜ୍ୟ ପରିଷଦ ସଦସ୍ୟ ପାଇଁ ବିଧିବଦ୍ଧ କମିଟି ଗଠନ ହେବ।  ତା’ପରେ ଏକଜ୍ୟୁକୁଟିଭ  କମିଟି ଗଠିତ ହେବ।  ଏହା ପରେ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ସଭାପତି ପଦ ପାଇଁ ନୋମିନେସନ  ଓ ନିର୍ବାଚନ କେବେ   ତାହା ପରବର୍ତ୍ତୀ ପର୍ଯ୍ୟାୟରେ ଚୂଡାନ୍ତ ହେବ ବୋଲି ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ ସୂଚନା ଦେଇଛନ୍ତି ।

ବିଜେଡିର ନୂଆ ଜିଲ୍ଲା ସଭାପତି

ଅନୁଗୁଳ - ବ୍ରଜ କିଶୋର ପ୍ରଧାନ       

ବରଗଡ଼ - ସୁଶାନ୍ତ କୁମାର ମହାପାତ୍ର

ଭଦ୍ରକ - ଜଗନ୍ନାଥ ସ୍ୱାଇଁ                  

ବୌଦ୍ଧ - ପ୍ରଦୀପ କୁମାର ଅମାତ     

ଦେବଗଡ଼ - ରୋମାଞ୍ଚ ରଞ୍ଜନ ବିଶ୍ୱାଳ

ଗଜପତି - ପ୍ରଦୀପ ନାୟକ

ପୁରୀ - ଉମାକାନ୍ତ ସାମନ୍ତରାୟ                      

ଜଗତସିଂହପୁର - ପ୍ରଶାନ୍ତ କୁମାର ମୁଦୁଲି         

ଯାଜପୁର - ସରୋଜ କୁମାର ମହାପାତ୍ର

ଝାରସୁଗୁଡା - ହରିସ ଗଂତ୍ରା                         

କନ୍ଧମାଳ - ପଦ୍ମନାଭ ବେହେରା

ମାଲକାନଗିରି - ମାନସ ମାଡକାମୀ                   

ମୟୁରଭଞ୍ଜ-୧ - ସୁଦାମ ମାରାଣ୍ଡି

ନବରଙ୍ଗପୁର - ମନୋହର ରନ୍ଧାରୀ       

ନୟାଗଡ଼ - ରମେଶ ବେହେରା

ସୁନ୍ଦରଗଡ଼ - ଯୋଗେଶ କୁମାର ସିଂ

ନୂଆପଡା - ଅବନୀ ରଞ୍ଜନ ଯୋଶୀ                       

ସୁବର୍ଣ୍ଣପୁର - ସରୋଜ କୁମାର କମ୍ପା