ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଭକ୍ତଙ୍କ ପାଇଁ ପ୍ରଥମ ଅଗ୍ନି ପରୀକ୍ଷା, ନବୀନଙ୍କ ପାଇଁ ଚାଲେଞ୍ଜ-ନେତାଙ୍କୁ ମ୍ୟାନେଜ, ସଭାପତି ଘୋଷଣା ପାଇଁ ଅଟକିଛି ରାଜ୍ୟ ବିଜେପି

Published By : Prameya | April 22, 2025 10:24 AM

ଭୁବନେଶ୍ୱର, ୨୨/୦୪: ନୂଆ ରୂପରେଖ ନେବେ କଂଗ୍ରେସ, ବିଜେଡି ଓ ବିଜେପି । ତିନି ଦଳର ପୁନର୍ବିନ୍ୟାସ ପ୍ରକ୍ରିୟା ଚାଲିଛି । ଖୁବଶୀଘ୍ର ତିନି ଦଳ ନୂଆ ଟିମ୍‌ ନେଇ ମଇଦାନକୁ ଓହ୍ଲାଇବେ । ଦଳୀୟ ନେତା, କର୍ମୀ ଅପେକ୍ଷା କରିଛନ୍ତି, କେବେ ଗଠନ ହେବ ବହୁପ୍ରତୀକ୍ଷିତ ଟିମ୍‌ ।

କଂଗ୍ରେସ ଓ ବିଜେଡିର ମୁଖିଆ ନିଯୁକ୍ତ ହୋଇ ସାରିଲେଣି । ରାଜ୍ୟ କଂଗ୍ରେସର ନବକଳେବର ପାଇଁ  ଅଭିଜ୍ଞ ଭକ୍ତଚରଣ ଦାସଙ୍କ ହାତରେ ସଂଗଠନର  ଭାର ଦେଇଛି ଏଆଇସିସି । ହେଲେ ଅଢ଼େଇ  ମାସ ପରେ ବି ଭକ୍ତ ଏଯାଏଁ ତାଙ୍କ ଟିମ୍‌ ଗଠନ  କରିପାରିନାହାନ୍ତି । ସେହିପରି ନବୀନ ପଟ୍ଟନାୟକ ପୁନର୍ବାର ବିଜେଡି ସଭାପତି ନିର୍ବାଚିତ ହୋଇଛନ୍ତି । ନବୀନଙ୍କ ନୂଆ ଟିମ୍‌ ଉପରେ ବି ସଭିଙ୍କ ନଜର  ରହିଛି । ନଜର ପକାଇବା କ୍ଷମତାସୀନ ବିଜେପି ଦଳ ଉପରେ । କିଏ ହେବ ରାଜ୍ୟ ବିଜେପିର  ନୂଆ ମୁଖିଆ? ସଭାପତି ଆସନରେ ମନମୋହନ  ସାମଲ ରହିବେ ନା ଆଉ କାହାକୁ ଦାୟିତ୍ୱ ମିଳିବ?  ଖୁବଶୀଘ୍ର ଏ ନେଇ କେନ୍ଦ୍ରୀୟ ନେତୃତ୍ୱ ଘୋଷଣା  କରିବେ । ସଭାପତି ଘୋଷଣା ପରେ ରାଜ୍ୟ ବିଜେପିରେ ମଧ୍ୟ ସାଂଗଠନିକ ଅଦଳବଦଳ ହେବ । ଅର୍ଥାତ୍‌ ତିନି ଦଳ ଏବେ ନୂଆ ଟିମ୍‌ ଗଢ଼ିବେ ।  

ଗତ ଫେବ୍ରୁଆରୀରୁ ଭକ୍ତ ପିସିସି ସଭାପତି  ଦାୟିତ୍ୱ ନେଲେଣି । କିନ୍ତୁ, ଏ ପର୍ଯ୍ୟନ୍ତ ପିସିସି କମିଟି  କିମ୍ବା ଜିଲ୍ଲା କମିଟି ଗଢ଼ିପାରିନାହାନ୍ତି । ରାଜ୍ୟ, ଜିଲ୍ଲା,  ବ୍ଲକ ସ୍ତରରେ କଂଗ୍ରେସର ସାଂଗଠନିକ କମିଟି ନାହିଁ ।  ଭକ୍ତଙ୍କ ଆଗରେ ବଡ଼ ଆହ୍ୱାନ-କାହାକୁ ପିସିସିରେ  କେଉଁ ଦାୟିତ୍ୱ ଦେବେ । କାରଣ ଅତୀତରେ ପିସିସି  ଓ ଜିଲ୍ଲା କମିଟିକୁ ନେଇ କଂଗ୍ରେସରେ ବିବାଦ,  ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି । ଅଭିଜ୍ଞ ଭକ୍ତ ଏଯାବତ୍‌ କଂଗ୍ରେସକୁ ସଂଗଠିତ କରିବା ସହ  ନୂଆ ଉତ୍ସାହ ଭରିବାରେ ସକ୍ଷମ ହୋଇଛନ୍ତି ।  ହେଲେ ସଂଗଠନର ନବକଳେବର ଭକ୍ତଙ୍କ ପାଇଁ  ପ୍ରଥମ ଅଗ୍ନି ପରୀକ୍ଷା ହେବ । ନୈରାଶ୍ୟ ଭିତରେ  ନୂଆ ଆଶା ଦେଖୁଥିବା ନେତା, କର୍ମୀ ଏବେ  ଦଳର ନବକଳେବର ଅପେକ୍ଷାରେ ରହିଛନ୍ତି ।  

ସେହିପରି କ୍ଷମତାରୁ ବାହାରେ ରହି ନବୀନ  ଏଥର ସଂଗଠନ ଭାର ସମ୍ଭାଳିବେ । ମାତ୍ର ଏଥର  ରାସ୍ତା ଭାରି କଠିନ । ପରାଜୟର ନୈରାଶ୍ୟକୁ କାଟି  ଦଳକୁ ନୂଆ ମନ୍ତ୍ରରେ ସଂଗଠିତ କରିବାକୁ ପଡ଼ିବ ।  ଏଥିପାଇଁ ସେଭଳି ସଶକ୍ତ, ଉତ୍ସାହୀ, ପରିଶ୍ରମୀ ଓ  ଅନୁଭବୀ ଟିମ୍‌ ଗଠନ କରିବା ନବୀନଙ୍କ ପାଇଁ ବଡ଼  ଆହ୍ୱାନ । ପୁଣି ଗୋଟିଏ ପଟେ ଅଭିଜ୍ଞ ଓ ଅନ୍ୟପଟେ  ଯୁବ ନେତୃତ୍ୱଙ୍କ ଭିତରେ ସନ୍ତୁଳନ କରିବାକୁ  ପଡ଼ିବ । ଦଳ ଭିତରେ ଦେଖା ଦେଇଥିବା ବିବାଦ,  ଅସନ୍ତୋଷ ଓ ବିଦ୍ରୋହକୁ ପ୍ରଶମିତ କରିବାକୁ  ହେଲେ ସେଭଳି ଟିମ୍‌ ଗଢ଼ିବାକୁ ହେବ । ପ୍ରଥମ  ପର୍ଯ୍ୟାୟରେ ୧୮ଟି ସାଂଗଠନିକ ଜିଲ୍ଲାରେ ବିଜେଡି  ସଭାପତି ଘୋଷଣା କରି ସାରିଛି । ମାତ୍ର ୧୫  ସାଂଗଠନିକ ଜିଲ୍ଲାରେ କେଁ ଛିଣ୍ଡିନି । ରାଜ୍ୟକାରିଣୀ  ଓ ରାଜ୍ୟ ପରିଷଦ ସଭ୍ୟକୁ ନେଇ ବି ଦ୍ୱନ୍ଦ୍ୱ ଲାଗି  ରହିଛି । ଏଥିରେ କାହାକୁ ସ୍ଥାନ ମିଳିଛି, ଖୋଦ୍‌  ଦଳୀୟ ନେତାମାନେ ବି ଜାଣି ପାରୁନାହାନ୍ତି । ବଡ଼  କଥା ହେଲା, ଏଥର ରାଜ୍ୟସ୍ତରୀୟ ସଂଗଠନରେ  ନବୀନ କାହାକୁ ସ୍ଥାନ ଦେବେ, କାହା ପତ୍ତା କାଟିବେ?  ନବୀନଙ୍କ ପଛକୁ ସଂଗଠନର ପ୍ରମୁଖ ଦାୟିତ୍ୱ  କାହା କାନ୍ଧରେ ରହିବ? ଖାଲି ସେତିକି ନୁହେଁ,  ଛାମୁଆ ସଂଗଠନକୁ ନବୀନ କି ରୂପ ଦେବେ,  ତାହାକୁ ଦଳୀୟ ନେତା, କର୍ମୀ ଅପେକ୍ଷା କରିଛନ୍ତି । 

ଶାସନକୁ ଆସିବା ପରଠାରୁ ବିଜେପି ପାଇଁ  ଏବେ ନୂଆ ଆହ୍ୱାନ । ସରକାରଙ୍କ ସଫଳତା ଓ ଯୋଜନାର ବାର୍ତ୍ତାକୁ ସବୁ ସ୍ତରରେ ପହଞ୍ଚାଇବାକୁ  ହେବ । ଏଥିପାଇଁ ରାଜ୍ୟ, ଜିଲ୍ଲା, ମଣ୍ଡଳ କମିଟି  ଉପରେ ବଡ଼ ଦାୟିତ୍ୱ ରହିଛି । ଅନ୍ୟପଟେ ଦଳର  ଅନେକ ନେତା ସଂଗଠନରେ ବଡ଼ ପଦପଦବି  ପାଇବାକୁ ଆଶାୟୀ ଅଛନ୍ତି । ରାଜ୍ୟ ସଭାପତିଙ୍କ  ନାମ ଘୋଷଣା ହୋଇନଥିବାରୁ ସବୁ ପ୍ରକ୍ରିୟା ଅଟକି ରହିଛି। ନେତାଙ୍କ ଅପେକ୍ଷା ବି ଲମ୍ବି ଚାଲିଛି । ବର୍ତ୍ତମାନ ଦଳ ନୂଆ ଟିମ୍‌ରେ ଅନେକ ଯୁବ ନେତୃତ୍ୱଙ୍କୁ ଆଗକୁ ଆଣିବା ଲକ୍ଷ୍ୟରେ ଅଛି । ଛାମୁଆ ସଂଗଠନର ରୂପରେଖ ବି ବଦଳିବ । ରାଜ୍ୟସ୍ତରରୁ ମଣ୍ଡଳ  ପର୍ଯ୍ୟନ୍ତ ନୂଆ ମିଶନ ନେଇ ଦଳ କାମ କରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.