ପ୍ରମୂଖ ଖବର
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

'ସରକାରରେ ରୁହେ ବା ନରୁହେ, ବିଜେଡି ସବୁବେଳେ ଓଡ଼ିଶାବାସୀଙ୍କ ସେବା କରିଛି ଏବଂ କରିବ'

Published By : Prameya | April 19, 2025 2:37 PM

ଭୁବନେଶ୍ଵର, ୧୯/୦୪ : ସରକାରରେ ରୁହେ ବା ନରୁହେ, ବିଜୁ ଜନତା ଦଳ ସବୁବେଳେ ଓଡ଼ିଶାବାସୀଙ୍କ ସେବା କରିଚାଲିଛି ଏବଂ କରିଚାଲିବ। ଓଡିଶାବାସୀଙ୍କ ସଶକ୍ତିକରଣ ଆମର ଲକ୍ଷ୍ୟ। ମହିଳା, ଚାଷୀ, ଯୁବ ସମାଜ, ଶ୍ରମିକ ଓ ଜନଜାତି ସମସ୍ତଙ୍କ ସଶକ୍ତିକରଣ ଆମର ମୂଳ ଉଦ୍ଦେଶ୍ୟ। ଆମେ ଆଞ୍ଚଳିକ ବିକାଶ ଉପରେ ଫୋକସ୍ କରୁ। ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ସାଥୀରେ ବିଜେଡି ସବୁବେଳେ ଯୋଡି ହୋଇ ରହିଛି ଓ ରହିବ। ଓଡ଼ିଶାର ହକ୍‌ ପାଇଁ ଆମର ଲଢେଇ ଜାରି ରହିବ। ଓଡ଼ିଆ ସ୍ୱାଭିମାନ ଓ ଓଡ଼ିଶାର ସ୍ୱାର୍ଥ ଆମ ପାଇଁ ସବୁଠାରୁ ଉପରେ। ବିଜୁ ଜନତା ଦଳର ସଭାପତି ଭାବରେ ଦଳର ସେବା କରିବା ପାଇଁ ମୋତେ ପୁଣି ଥରେ ସୁଯୋଗ ଦେଇଥିବାରୁ ଧନ୍ୟବାଦ। ଆପଣମାନଙ୍କ ଏହି ଭଲ ପାଇବା ମୋତେ ସବୁବେଳେ ଆପଣମାନଙ୍କ ନିକଟରେ ଋଣୀ କରିରଖିଛି। ବିଜେଡି ସଭାପତି ଭାବେ ଦାୟିତ୍ୱ ଗ୍ରହଣ ପରେ ନବୀନ ପଟ୍ଟନାୟକ ତାଙ୍କର ଅଭିଭାଷଣ ରଖିଛନ୍ତି।

ସେ କହିଛନ୍ତି ଯେ, ଆମର ପ୍ରିୟ ନେତା ବିଜୁ ପଟ୍ଟନାୟକଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି। ବିଜୁ ବାବୁଙ୍କ ଆଦର୍ଶ ସବୁବେଳେ ଆମକୁ ବାଟ ଦେଖାଇଆସିଛି। ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ମା’ର ସେବାର ସୁଯୋଗ ପାଇଥିଲା । ଏହି ସମୟ ଥିଲା ଓଡ଼ିଶା ବିକାଶର ସୁବର୍ଣ୍ଣ ଯୁଗ । ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହୋଇଥିଲା। ବିଜୁ ଜନତା ଦଳର ସାଙ୍ଗଠନିକ ଶକ୍ତିକୁ କେହି ହେୟ ମନେ କରିବା ଉଚିତ ନୁହେଁ। ଆମର ପ୍ରତି କର୍ମୀ ଭାଇ ଭଉଣୀମାନଙ୍କ ଇଚ୍ଛାଶକ୍ତି ବହୁତ ଉଚ୍ଚା। ସେହିମାନେ ହିଁ ହେଉଛନ୍ତି ଆମ ଦଳର ପ୍ରକୃତ ସମ୍ପତ୍ତି। ଆମର ନୀତି ଓ ଆଦର୍ଶ ହେଉଛି ଆମର ଶକ୍ତି । ବିଜୁ ଜନତା ଦଳ ସବୁବେଳେ ତାର ଆଦର୍ଶରେ ଦୃଢ଼ ରହିଛି ଓ ରହିବ। 

ଆମେ ଗତ ନିର୍ବାଚନରେ ଖୁବ୍ କମ୍ ମାର୍ଜିନ୍‌ରେ ହାରିଥିଲୁ। କାରଣ ଆମେ ମିଥ୍ୟା କାହାଣୀକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିପାରିଲୁ ନାହିଁ। ଏବେ ମଧ୍ୟ ବିଜେଡି ବିରୋଧରେ ମିଥ୍ୟା କାହାଣୀ ସୃଷ୍ଟି କରାଯାଉଛି। ବିଶେଷକରି ସୋସିଆଲ ମିଡିଆରେ ଏହି ମିଥ୍ୟା କାହାଣୀକୁ ପର୍ଦ୍ଦାଫାସ କରିବାରେ ଆମକୁ ଆକ୍ରମଣାତ୍ମକ ହେବା ଉଚିତ। ଆମକୁ ସୋସିଆଲ ମିଡିଆର ଉପସ୍ଥିତିକୁ ଉନ୍ନତ କରିବାକୁ ପଡିବ। ତଥ୍ୟ କହିବା ପାଇଁ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯିବା ଉଚିତ ଏବଂ ପ୍ରଯୁକ୍ତିବିଦ୍ୟା ବିନା ଆମେ ଲୋକଙ୍କ ପାଖରେ ପହଞ୍ଚିପାରିବୁ ନାହିଁ। ବିଜେଡିର କର୍ମୀ, ଭାଇ ଭଉଣୀମାନଙ୍କ ଉପରେ ମୋର ପୁରା ଭରସା ଅଛି। ସେମାନେ ହିଁ ମିଛ ପ୍ରଚାରର ଉଚିତ୍‌ ଜବାବ ଦେବେ। ଓଡ଼ିଶାର ସବୁ ଗାଁ, ସବୁ ସହରରେ ଆମର ସେବାର ବାର୍ତ୍ତା ପହଞ୍ଚାଇବେ।

ଏହି ଖବରଟିକୁ ପଢନ୍ତୁ-ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.