ଭୁବନେଶ୍ବର,୨୫/୦୧: ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ବିଜେଡ଼ିର ଆନ୍ଦୋଳନ କରୁଛି। ବିଜୁ ଜନତା ଦଳରେ ଏବେ ଟଣା ଓଟରା ଲାଗି ରହିଛି, ତେଣୁ ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ଏହିଭଳି ବୃଥା ପ୍ରୟାସ କରୁଛି ବିଜେଡି। ଏହି ସରକାରରେ ଚାଷୀଙ୍କୁ ଗୁରୁତ୍ୱ ଦିଆଯାଇଛି, ଯାହା ପୂର୍ବ ସରକାରରେ କେବେ ଦିଆଯାଇ ନଥିଲା। ଚାଷୀଙ୍କୁ ଇନପୁଟ ସବସିଡି ଦିଆଯାଉଛି, ଚାଷୀଙ୍କ ଧାନ ସୁରୁଖୁରୁରେ ଉଠୁଛି। ଆଗକୁ ପଂଚାୟତ ନିର୍ବାଚନ ଆସୁଛି, କେବଳ ମାଇଲେଜ ନେବା ପାଇଁ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ବିଜେଡି ଏଭଳି ପ୍ରୟାସ କରୁଛି ବୋଲି କହିଛନ୍ତି ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା