ଭୁବନେଶ୍ବର: ବିଜେଡି ଡାକିଲା ରାଜନୈତିକ ବ୍ୟାପାର କମିଟି ବୈଠକ । ସନ୍ଧ୍ୟାରେ ବସିବ ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକ । ନବୀନ ନିବାସରେ ବସିବ ବୈଠକ । କ୍ରସ ଭୋଟିଂ କରି ଦଳ ର ୬ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ହେବ ଚୂଡାନ୍ତ ନିଷ୍ପତ୍ତି । ଶୁକ୍ରବାର କାରଣ ଦର୍ଶାଅ ନୋଟିସର ଉତ୍ତର ଦେଇଥିଲେ ବିଧାୟକ। ଉତ୍ତରକୁ ତର୍ଜମା କରି ସୁପ୍ରିମୋଙ୍କୁ ଜଣାଇଛି ବିଜେଡି ଶୃଙ୍ଖଳା କମିଟି । ଏବେ ରାଜନୈତିକ ବ୍ୟାପାର କମିଟି ବୈଠକ ପରେ କିଛି ବଡ଼ ନିଷ୍ପତ୍ତି ନେବେ କି ନବୀନ ତା ଉପରେ ନଜର ।
କହି ରଖୁଛୁ କି, ରାଜ୍ୟସଭାରେ କ୍ରସ୍ ଭୋଟିଂକୁ ନେଇ ଲାଗି ରହିଛି କାଦୁଅ ଫିଙ୍ଗାଫିଙ୍ଗି । କିଏ କହୁଛି ପ୍ରତିଶୋଧ ନେଇଛି ତ ଆଉ କିଏ କହୁଛି ବିବେକ ଅନୁସାରେ ମତ ସାବ୍ୟସ୍ତ କରିଛି । ବିଜେଡିର ୬ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ନେଇ ଅଭିଯୋଗ ଆସିବା ପରେ ଏବେ ଦଳରେ ଅସନ୍ତୋଷ ପ୍ରକାଶ ପାଇଛି ।
ଏହାସହ ପଢ଼ନ୍ତୁ : ବିଜେଡିର କାରଣ ଦର୍ଶାଅ ନୋଟିସ୍, ଜବାବ ରଖିଲେ ୬ ବିଧାୟକ