ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବାବୁଲାଲ ମାରାଣ୍ଡି ବିଜେପି ବିଧାୟକ ଦଳ ନେତା ନିର୍ବାଚିତ, ଛାଡ଼ିପାରନ୍ତି ରାଜ୍ୟ ସଭାପତି ପଦ !

Published By : Tapas Panda | March 6, 2025 6:25 PM

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭାର ବିରୋଧୀ ଦଳ ନେତା(ଏଲଓପି) ହୋଇଛନ୍ତି ରାଜ୍ୟ ବିଜେପି ସଭାପତି ବାବୁଲାଲ ମାରାଣ୍ଡି । ରାଞ୍ଚିରେ ଗୁରୁବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ବାବୁଲାଲ ମାରାଣ୍ଡିଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଛି । ସୂଚନା ଅନୁଯାୟୀ, ମାରାଣ୍ଡିଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଛି । ବିଧାନସଭାର ସର୍ବବୃହତ୍ତ ବିରୋଧୀ ଦଳର ବିଧାୟକ ଦଳ ନେତା ହିଁ ଏଲଓପି ହୋଇଥାନ୍ତି । 

ମୋଦୀଙ୍କୁ ଜଣାଇଲେ କୃତଜ୍ଞତା 

ବିରୋଧୀ ଦଳ ନେତା ହେବା ପରେ ବାବୁଲାଲ ମାରାଣ୍ଡି ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେପି ନଡ୍ଡା ଏବଂ ଉଭୟ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସମେତ ବରିଷ୍ଠ ନେତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଗରିବ, ଦଳିତ ଏବଂ ଆଦିବାସୀ ସମାଜର ଅଧିକାର ଓ ସମସ୍ୟା ଉଠାଇବା ପାଇଁ ପୂର୍ଣ୍ଣ ନିଷ୍ଠା ଏବଂ କ୍ଷମତା ସହିତ କାମ କରିବି ।

ବିଧାୟକ ଦଳର ବୈଠକରେ ଥିଲେ ୨ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ 

ବିଜେପି ସଂସଦୀୟ ବୋର୍ଡ ବୁଧବାର ଦଳର ବିଧାୟକ ଦଳ ନେତାଙ୍କ ନିର୍ବାଚନ ତଦାରଖ କରିବା ପାଇଁ ଦୁଇଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଥିଲା । କେନ୍ଦ୍ର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ବିଜେପି ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡକ୍ଟର କେ. ଲକ୍ଷ୍ମଣ (ସାଂସଦ)ଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କରାଯାଇଥିଲା ।

 ବାବୁଲାଲ ମାରାଣ୍ଡି କିଏ?

ବାବୁଲାଲ ମାରାଣ୍ଡି ଜଣେ ବରିଷ୍ଠ ବିଜେପି ନେତା ଏବଂ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ରହିସାରିଛନ୍ତି। ସେ ବର୍ତ୍ତମାନ ଝାଡ଼ଖଣ୍ଡ ବିଜେପିର ସଭାପତି ମଧ୍ୟ ଅଛନ୍ତି । ବିରୋଧୀ ଦଳ ନେତା ହେବା ପରେ ତାଙ୍କୁ ରାଜ୍ୟ ସଭାପତି ପଦ ଛାଡିବାକୁ ପଡ଼ିପାରେ । ବିଜେପିର ବାବୁଲାଲ ମାରାଣ୍ଡି ୨୦୨୪ ରାଜ୍ୟ ବିଧାନସଭା ନିର୍ବାଚନରେ ଧନୱାର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ୩୫,୪୩୮ ଭୋଟରେ ଜିତିଥିଲେ । ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଦୃଢ଼ ଦାବିଦାରଙ୍କ ମଧ୍ୟରେ ଥିଲେ। କିନ୍ତୁ ରାଜ୍ୟରେ ବିଜେପିକୁ ବହୁମତ ମିଳିନଥିଲା । ବିଜେପି ମେଣ୍ଟକୁ ୮୧ ଆସନରୁ ୨୪ ଆସନ ମିଳିଥିଲା । ଜେଏମଏମ ମେଣ୍ଟ ୫୬ଟି ଆସନ ପାଇ ସରକାର ଗଠନ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.