ନୂଆଦିଲ୍ଲୀ : କର୍ଣ୍ଣାଟକର ବେଲଗାଭିରେ ୧୯୨୪ର କଂଗ୍ରେସ ଅଧିବେଶନର ଶତାବ୍ଦୀ ପାଳନ କାର୍ଯ୍ୟକ୍ରମରେ, କଂଗ୍ରେସ ଦ୍ୱାରା ଲଗାଯାଇ ଥିବା ପୋଷ୍ଟରରେ ଭାରତର ମାନଚିତ୍ରକୁ ଭୁଲ୍‌ ଉପାୟରେ ପ୍ରଦର୍ଶିତ କରାଯାଇ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ବିଜେପି ଏହାକୁ କଂଗ୍ରେସର ଭୋଟ୍‌ ବ୍ୟାଙ୍କର ରାଜନୀତି ଆଖ୍ୟା ଦେଇଛି। କର୍ଣ୍ଣାଟକରେ କ୍ଷମତାସୀନ କଂଗ୍ରେସ ଶତାବ୍ଦୀ ଉତ୍ସବର ପାଳନ ଅନୁସାରେ ପୂରା ବେଲଗାଭି ସହରରେ ଏହି ପୋଷ୍ଟର ଲଗାଇଛି। ବିଜେପି ଅନୁସାରେ ପୋଷ୍ଟରରେ ପ୍ରଦର୍ଶିତ ଭାରତର ମାନଚିତ୍ରରେ ପିଓକେ ଓ ଅକ୍ସାଇ ଚୀନକୁ ଦେଖା ଯାଇ ନାହିଁ।

ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସୁଧାଂଶୁ ତ୍ରିବେଦୀ ଗୁରୁବାର କହିଛନ୍ତି କି, କଂଗ୍ରେସ ଦ୍ୱାରା ବ୍ୟବହୃତ ମାନଚିତ୍ରରେ ପାକିସ୍ତାନର କବଜାରେ ଥିବା କାଶ୍ମୀର (ପିଓକେ) ଓ ଅକ୍ସାଇ ଚୀନ ଗାଏବ ଥିବାର ଜଣାପଡ଼ୁଛି। ମହତ୍ତ୍ୱପୂର୍ଣ୍ଣ କଥା ଏହା କି (ମାନଚିତ୍ର) ମହାତ୍ମା ଗାନ୍ଧୀଙ୍କର ଫଟୋ ସହ ବ୍ୟବହୃତ କରାଯାଇଛି। ସେ ଅଭିଯୋଗ ଲଗାଇଛନ୍ତି ଯେ, ଏହି ପ୍ରଥମ ଥର ଯେବେ କଂଗ୍ରେସ ଭାରତର ଭୁଲ ମାନଚିତ୍ର ବ୍ୟବହାର କରିଛି।

ତ୍ରିବେଦୀ ପଚାରିଛନ୍ତି ଦେଶର ବିଭିନ୍ନ ଭାଗକୁ ହଟାଇ ଭାରତର ନକ୍ସା କାହିଁକି ଦେଖାଯାଉଛି ? ଏହା କଣ ଏକ ସଂଯୋଗ ନା କୌଣସି ବ୍ୟବସ୍ଥିତ ଭାରତ ବିରୋଧି ପ୍ରୟୋଗର ଅଂଶ ବିଶେଷ ? ଏହା କାହାର ଇସାରାରେ ହେଉଛି କି ? ସେ ଏହାକୁ ନେଇ କହିଛନ୍ତି , ଏହି ବିଷୟରେ କଣ କୌଣସି ଗୁପ୍ତ କାର୍ଯ୍ୟ ବା ବିଦେଶରୁ ଅନ୍ୟ ଭାରତ ବିରୋଧି ଶକ୍ତି ସହ କୌଣସି ସଙ୍କେତ ମିଳୁଛି କି ,ଯାହା ସହ ଆପଣଙ୍କର ସର୍ବଦା ଭଲ ସଂପର୍କ ରହିଛି।


ବିଜେପି ନେତା ଅଭିଯୋଗ କରିଛନ୍ତି କି ,କଂଗ୍ରେସ ଦ୍ୱାରା ଦେଶର ଭୁଲ ମାନଚିତ୍ର ବ୍ୟବହାର କରିବାରେ ଭାରତକୁ ବିଘଟିତ କରିବାର ସ୍ୱପ୍ନ ଦେଖୁଥିବା, ଏମିତି ଶକ୍ତି ସହ ପାର୍ଟିର ଉଦ୍ଦେଶ୍ୟ ଏବେ ପୂରା ସ୍ପଷ୍ଟ ହୋଇଯାଇଛି। ସୁଂଧାଶୁ ତ୍ରିବେଦୀ କହିଛନ୍ତି ଯେ, ଏହି ଫଟୋ ସ୍ପଷ୍ଟ କରୁଛି କି କଂଗ୍ରେସ ଭାରତକୁ ବର୍ଦାଦ କରୁଥିବା ଶକ୍ତି ସହ ମିଶି କାମ କରୁଛି ଏବଂ ଏବା କେବଳ ଏକମାତ୍ର ଘଟଣା ନୁହେଁ । 

ତ୍ରିବେଦୀ ଦାବି କରିଛନ୍ତି କି, କଂଗ୍ରେସର ସହଯୋଗୀ ଓ ତାମିଲନାଡୁର କ୍ଷମତାସୀନ ଦ୍ରବିଡ ମୁନେତ୍ର କଡଗମ୍‌ (ଡିଏମକେ) ଗତ ବର୍ଷ ଅକ୍ଟୋବରରେ ମଧ୍ୟ ଏମିତି ନକ୍ସା ଜାରି କରିଥିଲା। ଏଥିରେ ମଧ୍ୟ ପିଓକେ ଓ ଅକ୍ସାଇ ଚୀନକୁ ଭାରତ ଠାରୁ ଅଲଗା ଭାବେ ଦେଖାଯାଇ ଥିଲା। ତ୍ରିବେଦୀ କହିଛନ୍ତି କି ବିରୋଧୀ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଂସଦ ଶଶି ଥରୁର ୨୦୨୦ ଓ ୨୦୨୨ରେ ମଧ୍ୟ ଏମିତି ହିଁ କରିଥିଲେ। ସେ କଂଗ୍ରେସକୁ ପଚାରି ଥିଲେ ଏହା ଏକ ସଂଯୋଗ ନା ଭାରତ ବିରୋଧି ଏକ ସୁନିଶ୍ଚିତ ବ୍ୟବହାରର ଅଂଶ ବିଶେଷ ।