ଅନୁଗୁଳ,୧୮/୦୭: ବିଜେପି ଯୁବନେତା ତଥା ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁଦିପ୍ତ ସ୍ୱାଇଁଙ୍କୁ ବାନ୍ଧିଲା ବନ୍ତଳା ଥାନା ପୁଲିସ। ଜଣେ ଯୁବତୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କହିଥିବା ଜଣାପଡିଛି। ସୂଚନା ମୁତାବକ, ପୀଡିତାଙ୍କ ଘର ବନ୍ତଳା ଥାନା ଅଞ୍ଚଳରେ ହୋଇଥିବା ବେଳେ ସେ ଅନୁଗୁଳ ସହରର ଏକ ବ୍ୟାଙ୍କରେ ଚାକିରି କରନ୍ତି। ହେଲେ ବିଜେପି ଯୁବନେତା ତାଙ୍କୁ ବିଭିନ୍ନ ସମୟରେ ଫୋନ କରି ହଇରାଣ ହରକତ କରୁଥିଲେ।
ସେହିପରି ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ। ରାସ୍ତାଘାଟରେ ଅଟକାଇ ଦୁର୍ବ୍ୟବହାର କରୁଥିଲେ। ଏମିତିକି ଯୁବତୀଙ୍କ କାର୍ଯ୍ୟସ୍ଥଳକୁ ଯାଇ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ବିଶୃଙ୍ଖଳା ସୃଷ୍ଟି କରୁଥିଲେ। ତାଙ୍କ ସମ୍ପର୍କୀୟଙ୍କୁ ଫୋନ୍ କରି ଧମକଚମକ ଦେଉଥିବା ନେଇ ଯୁବତୀ ଜଣକ ଏକ ମାମଲା ରୁଜୁ କରିଛନ୍ତି । ଏନେଇ ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେବା ସହ ତଦନ୍ତ ଚଳାଇଥିବା ବେଳେ ଗୁରୁବାର ରାତିରେ ତାଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି।