ଭୁବନେଶ୍ୱର, ୬/୨ : ଲୋକସେବା ଭବନରେ ଉଦଯାପିତ ହୋଇଛି ଦୁଇ ଦିନିଆ ବ୍ଲାକ ସ୍ୱାନ ସମିଟ୍। ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିକଶିତ ଭାରତ ୨୦୪୭ର ସ୍ବପ୍ନକୁ ସରକାର କରିବାପାଇଁ ହେଲେ ଆମକୁ AI ଉପଯୋଗୀତାରେ ଫାଇନାନ୍ସ ସହ ଟେକ୍ନୋଲୋଜି ଉଭୟର ଆବଶ୍ୟକତା ରହିଛି । ଯାହା ଭାରତ ବର୍ଷରେ ଡିଜିଟାଲ ପେମେଣ୍ଟଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଭାରତ ଆଗକୁ ବଢୁଛି । ଏଭଳି ସ୍ଥିତିରେ ଓଡ଼ିଶା ସରକାର ଏବଂ ସିଙ୍ଗାପୁରର GFTN ବା ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱର୍କର ମିଳିତ ସହ ଯୋଗରେ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀ ଆଗାମୀ ଯୁବ ଯୁବପିଢୀଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି କହିଲେ, ଆମ ଦେଶର ଯୁବପିଢ଼ି ପାଇଁ ସୁନେଲି ଭବିଷ୍ୟତ ଅପେକ୍ଷା କରିଛି। ଫିନଟେକ୍ ଭାରତୀୟ ଅର୍ଥନୀତିର ଲାଇଫଲାଇନ ବା ଜୀବନରେଖା ହେବାକୁ ଯାଉଛି।  ବୈଷୟିକ ଜ୍ଞାନକୌଶଳ ଉପରେ ଆମ ନିର୍ଭରଶୀଳତା ବଢ଼ି ବଢ଼ି ଚାଲିଛି। କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଆମ ବ୍ୟବସ୍ଥା, ପାଠପଢ଼ାରୁ ସ୍ବାସ୍ଥ୍ୟ ସବୁ କ୍ଷେତ୍ରକୁ ନିର୍ଭରଶୀଳ କଲାଣି। ଆଗକୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଯୁବପିଢ଼ିଙ୍କୁ ଦକ୍ଷ କରିବାରେ ଫିନଟେକ୍ ବଡ଼ ଭୂମିକା ତୁଲାଇବ। ମହିଳା ଉଦ୍ୟାଗୀ ସୃଷ୍ଟି ସହ ସଶକ୍ତିକରଣ ଓ ଆର୍ଥିକ ସ୍ବାଧୀନତା ଆଣିବାରେ ଏହା ସହାୟକ ହେବ। ଜନଧନ ଆକାଉଣ୍ଟ ଦେଶରେ ବଡ଼ ବିପ୍ଲବ ଆଣିଛି। ଏ ସମ୍ମିଳନୀ ଓଡ଼ିଶା ଅର୍ଥନୀତିକୁ ସମୃଦ୍ଧ କରିବାର ବାଟ ଫିଟାଇବ।

ଏହି ସମ୍ମିଳନୀରେ ସିଙ୍ଗାପୁରର AI ସେକ୍ଟରର ଅଗ୍ରିଣି ସଂସ୍ଥା ସ୍ରାଭମ ସହ ଓଡ଼ିଶା ସରକାରଙ୍କ ଏମଓୟୁ  ସ୍ବାକ୍ଷର ହୋଇଥିଲା । ଯାହା ଓଡ଼ିଶାକୁ ଟେକ୍ନୋଲୋଜି କ୍ଷେତ୍ରରେ ଆହୁରି ମଜଭୁତ କରିବ। ଦେଶ ବିଦେଶରୁ ବହୁ ସଂଖ୍ୟାରେ ପ୍ରତିନିଧି ଏହି ଦୁଇ ଦିନିଆ ସମ୍ମିଳନୀରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ।

ଏହାସହ ପଢ଼ନ୍ତୁ : ସାଇଙ୍କ ସାଙ୍ଘାତିକ ଅଭିଯୋଗ, କହିଲେ ନାଣ୍ଡୁବାବୁ ମୋତେ ମାରିଦେବେ...