ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଟ୍ରାଫିକ୍‌ ସେଡ୍‌ ଖୋଳାକୁ ନେଇ ପୂର୍ତ୍ତ-ବିଏମ୍‌ସି ମୁହାଁମୁହିଁ, ବିନା ଅନୁମତିରେ ରାସ୍ତା ଖୋଳାକୁ ନେଇ ତାଗିଦ୍

Published By : Prameya | April 22, 2025 1:04 PM

ଭୁବନେଶ୍ୱର ୨୨/୦୪: ରାସ୍ତାର ମାଲିକ ପୂର୍ତ୍ତ  ବିଭାଗ । ପଚରାଉଚରା ନାହିଁ । ବିଏମ୍‌ସି ସିଧା ଗାତ  ଖୋଳି ବାଉଁଶ ପୋତୁଛି । ରାସ୍ତା ମଝିକୁ ବି ଛାଡୁନି । ଫିତା ପକାଇ ଯେଉଁଠି ମାପ ଛିଣ୍ଡିଲା, ସେଇଠି ଶାବଳ ମାରି ରାସ୍ତାରେ ଗାତ ଖୋଳିଲେ । ଏବେ ଗାତରେ ପାଣି  ପଶି ରାସ୍ତା ଦବିବାକୁ ନେଇ ବିଏମ୍‌ସି-ପୂର୍ତ୍ତ ମୁହାଁମୁହିଁ  ହୋଇଛନ୍ତି । ବିନା ଅନୁମତିରେ ରାସ୍ତା ଖୋଳାକୁ ନେଇ  ବିଏମସିକୁ ତାଗିଦ କରିଛି ପୂର୍ତ୍ତ ବିଭାଗ । 

ପୂର୍ତ୍ତ ବିଭାଗ  କହିଛି ଖୋଳିଛ ମାନେ ଏବେ ଟଙ୍କା ଭରିବ ।  ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ (ରାସ୍ତା) ଭୁବନେଶ୍ୱର  ମହାନଗର ନିଗମ(ବିଏମ୍‌ସି) ନଗର ଯନ୍ତ୍ରୀଙ୍କୁ  ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରାଯାଇଛି,  ବିଏମ୍‌ସି ବିନା ଅନୁମତିରେ ସହର ସବୁ ପ୍ରମୁଖ  ଛକର ରାସ୍ତାରେ ଗାତ ଖୋଳି ବାଉଁଶ ପୋତୁଛି । ସିଟି ମହିଳା ମହାବିଦ୍ୟାଳୟ, ୟୁନିଟ୍‌-୮ ଡିଏଭି ସ୍କୁଲ  ରାସ୍ତା, ୧୨୦ ବାଟାଲିଅନ, ନାଲକୋ ଛକ ଏବଂ ଅନ୍ୟ କିଛି ରାସ୍ତାରେ ବଡ଼ ବଡ଼ ଗାତ ଖୋଳା ହୋଇଛି ।  

ଖାଲି ଏତିକି ନୁହେଁ, ବିଭିନ୍ନ ଛକରେ ବର୍ତ୍ତମାନ  ମାଷ୍ଟିକ୍‌ ଆସ୍‌ଫାଲ୍ଟ ପଡୁଛି । ନୂଆ କରି ପଡ଼ିଥିବା ଏହି  ମାଷ୍ଟିକ୍‌ ଆସ୍‌ଫାଲ୍ଟକୁ ମଧ୍ୟ ଖୋଳାଯାଉଛି । ଏହା ଦ୍ୱାରା  ରାସ୍ତା ଫାଟିବାର ସମ୍ଭାବନା ରହିଛି । ରାସ୍ତାର ଗାତ  ଖୋଳିବା ଦ୍ୱାରା ବର୍ଷା ପାଣି ଜକେଇ ରାସ୍ତାରେ ପଶୁଛି । ରାସ୍ତାରେ ପାଣି ପଶି ଘଳିଆ ପଡ଼ିବାରୁ ଏହା ଦବୁଛି ।  ଏଥିପାଇଁ ବିଏମ୍‌ସି ଦାୟୀ ରହିବ କି ବୋଲି ପ୍ରଶ୍ନ କରିଛି  ପୂର୍ତ୍ତ ବିଭାଗ । ମୁଖ୍ୟଯନ୍ତ୍ରୀ ଏନେଇ ବିଏମ୍‌ସି, ପୂର୍ତ୍ତ  ବିଭାଗ, କମିଶନରେଟ୍‌ ପୁଲିସକୁ ମଧ୍ୟ ଅବଗତ  କରାଇଛନ୍ତି । ଏତିକିରେ କଥା ଅଟକି ନାହିଁ । ଏହି  ଘଟଣା ଏବେ ସଚିବ ସ୍ତରରେ ମଧ୍ୟ ପହଞ୍ଚିଲାଣି ।  

ପୂର୍ତ୍ତ ବିଭାଗର ଏହି ଚିଠି ପରେ ବି ବିଏମ୍‌ସି  ବେଫିକର । ଦୁଇ ଦିନ ତଳେ ବିଏମ୍‌ସି ଜାଗମରା ଛକରେ  ନୂଆ ଟ୍ରାଫିକ୍‌ ସେଡ ନିର୍ମାଣ କରିଛି। ଏଥିରେ ରାସ୍ତା ମଝିକୁ  ଖୋଳି ବାଉଁଶ ପୋତିଛି । ଫଳରେ ଏହି ରାସ୍ତାରେ ଦୁର୍ଘଟଣା  ଆଶଙ୍କା ସୃଷ୍ଟି ହୋଇଛି । ମଝି ରାସ୍ତାରେ ବାଉଁଶ ବନ୍ଧାକୁ  ନେଇ ସ୍ଥାନୀୟ ଲୋକେ ବି ପ୍ରତିବାଦ କରିଛନ୍ତି । ପୂର୍ବରୁ  ରାସ୍ତା ଖୋଳାକୁ ନେଇ ସବୁ ବିଭାଗକୁ ବିଏମ୍‌ସି ଅନୁମତି ଦେଉଥିଲା । ହେଲେ ନିଜେ ରାସ୍ତା ଖୋଳିବା ବେଳେ  ଅନୁମତି ନ ନେବାରୁ ଫସିଛି ବିଏମସି । ଜଣେ ବରିଷ୍ଠ  ଯନ୍ତ୍ରୀ କହିଛନ୍ତି ଯେ ରାସ୍ତାରେ ସେଡ୍‌ କରିବାକୁ ଡିଭାଇଡର  ଖୋଳି ପୋତିବାକୁ କୁହାଯାଇଛି । ହେଲେ ବିଏମ୍‌ସି ରାସ୍ତାକୁ  ଖୋଳି ପକାଉଛି । ଫଳରେ ରାସ୍ତାରେ ଲୋକେ ଯିବା  ଆସିବାରେ ଅସୁବିଧା ଉପୁଜୁଛି । 

 ତେବେ ରାସ୍ତାରେ ଯେଉଁ ବାଉଁଶ ପୋତା ହେଉଛି,  ଗୋଟିଏ କାଳବୈଶାଖୀରେ ତାହା ଭାଙ୍ଗିଯାଉଛି।  ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୂର୍ତ୍ତ  ବିଭାଗ ଚିଠି ହସ୍ତଗତ ହୋଇଛି । ଏହା ପରେ ପୁଣି  ଥରେ ଆମେ ଗାତ ଖୋଳିବାକୁ ଅନୁମତି ମାଗିଛୁ ।  ଏଣିକି ଡିଭାଇଡରରେ ଗାତ ଖୋଳାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.