ନୂଆଦିଲ୍ଲୀ – ବାଂଲାଦେଶର ସଂସଦୀୟ ନିର୍ବାଚନରେ ରହମାନଙ୍କ ପାର୍ଟି ‘ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି’ (ବିଏନପି) ଖୁବ୍ ବହୁମତ ହାସଲ କରିଛି। ବିଏନପି ମୋଟ ୨୯୯ଟି ମଧ୍ୟରୁ ୨୧୨ଟି ସିଟ୍‌ରେ ବିଜୟ ହାସଲ କରିଛି, ଅନ୍ୟପଟେ ଜମାତ-ଏ-ଇସଲାମୀ ୭୭ ଟି ସିଟ୍ ପାଇଛି। ସାଧାରଣ ନିର୍ବାଚନରେ ପ୍ରଚଣ୍ଡ ବିଜୟ ହାସଲ କରି ବିଏନପି ଭାରତ ଠାରୁ କିଛି ଏମିତି ଦାବି କରିଛି ଯେ, ଯାହା ଦୁଇ ଦେଶ ମଧ୍ୟରେ ଚିନ୍ତାର ବିଷୟ ହେବାକୁ ଯାଉଛି। ଉଲ୍ଲେଖନୀୟ ଯେ, ବିଏନପି ନିଜର କଟ୍ଟର ରାଜନୀତିକ ପ୍ରତିଦ୍ୱନ୍ଦ୍ୱୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ଦାବିକୁ ପୁଣିଥରେ ଦୋହରାଇଛି। ପାର୍ଟିର କହିବାନୁସାରେ , ହସିନାଙ୍କୁ ବାଂଲାଦେଶରେ ମୋକଦମାର ସାମ୍ନା କରିବା ଉଚିତ୍।

ବିଏନପିର ବିରାଟ ବିଜୟ ପରେ , ପାର୍ଟିର ଷ୍ଟାଡିଂ କମିଟିର ସଦସ୍ୟ ସଲାହୁଦ୍ଦିନ ଅହମ୍ମଦ କହିଛନ୍ତି ଯେ, ତାଙ୍କ ପାର୍ଟି ଆନୁଷ୍ଠାନିକ ଭାବେ ଭାରତକୁ ହସିନାଙ୍କୁ ଟ୍ରାୟଲ ପାଇଁ ବାଂଲାଦେଶ ପ୍ରତ୍ୟର୍ପିତ କରିବାକୁ ଅନୁରୋଧ କରିବ। ଅହମ୍ମଦ କହିଛନ୍ତି ଯେ, ତାଙ୍କ ପାର୍ଟି ଲଗାତାର ଏହି ଦାବି ଉଠାଇ ଚାଲିଛି ଯେ, ହସିନାଙ୍କୁ ବାଂଲାଦେଶ ଆଇନ ଅନୁଯାୟୀ ମୋକଦମାର ସାମ୍ନା କରାଯାଉ। ତାଙ୍କର କହିବାନୁସାରେ , ଏହି ମାମଲା ଦୁଇ ଦେଶର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟରେ ଆଇନଗତ ପ୍ରକ୍ରିୟାର ଅନୁସାରେ , ସ୍ଥିର ହେବା ଉଚିତ୍ ଏବଂ ଭାରତରୁ ଏହି ମାମଲାରେ ସହଯୋଗର ଆଶା ରହିଛି।

ଆହୁରି ମଧ୍ୟ ପଢନ୍ତୁ -  ଆଶ୍ଚର୍ଯ୍ୟ ! ୧୦ ବର୍ଷିୟ ପିଲା ୩୦୦ଟଙ୍କାରେ କିଣି ଥିଲେ ୱେବସାଇଟ୍ ; ୬୦୦ କୋଟିରେ ବିକ୍ରି କରି କୋଟିପତି

ଅହମ୍ମଦ କହିଛନ୍ତି , ଆମେ ଭାରତ ସମେତ ସବୁ ଦେଶ ସହ ପାରସ୍ପରିକ ସମ୍ମାନ ଓ ସମାନ ଭାବେ ଏକ ବନ୍ଧୁତା ସଂପର୍କ ଚାହୁଁଛୁ। ତାଙ୍କର ଏହି ବୟାନ ସେତେବେଳେ ଆସିଛି , ଯେବେ ଗୋଟିଏ ଦିନ ପୂର୍ବେ ଅର୍ଥାତ୍ ୧୨ ଫେବ୍ରୁଆରୀରେ ଶେଖ ହସିନା ବାଂଲାଦେଶରେ ହୋଇଥିବା ନିର୍ବାଚନକୁ , ‘ଦେଖାଣିଆ’ ଭାବେ କହିଥିଲେ । ଏହାକୁ ବାତିଲ କରିବାକୁ ଦାବି କରିଥିଲେ। ଅନ୍ୟପଟେ ହସିନାଙ୍କ ମାମଲାରେ ଭାରତ ପକ୍ଷରୁ ଏହି ପ୍ରସଙ୍ଗରେ ପୂର୍ବରୁ କୁହାଯାଇ ସାରିଛି ଯେ, ଶେଖ ହସିନାଙ୍କ ପ୍ରତ୍ୟର୍ପଣ ସଂପର୍କିତ ଅନୁରୋଧ ପ୍ରାପ୍ତ ହୋଇଛି ଏବଂ ଏହାକୁ ଆଇନଗତ ତଥା ନ୍ୟାୟିକ ପ୍ରକ୍ରିୟା ଅନୁସାରେ ଯାଞ୍ଚ କରାଯାଇଛି। ଏହି ଆଭିମୁଖ୍ୟ ଭାରତର ବୈଦେଶିକ ମନ୍ତ୍ରଣାଳୟର ପକ୍ଷରି ସାମ୍ନାକୁ ଆସି ଥିଲା।

କହି ରଖୁଛୁ କି , ଶେଖ ହସିନା ବର୍ତ୍ତମାନ ଭାରତରେ ରହୁଛନ୍ତି। ୨୦୨୪ରେ ଛାତ୍ର ଆନ୍ଦୋଳନ ପରେ ସେ ୫ ଅଗଷ୍ଟରେ ଢାକା ଛାଡ଼ି ଭାରତ ଚାଲି ଆସିଛନ୍ତି ଏବଂ ସେବେଠାରୁ ଏଠାରେ ଶରଣ ନେଇଛନ୍ତି। ୨୦୨୫ରେ ବାଂଲାଦେଶର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଅନୁପସ୍ଥିତିରେ ଦୋଷୀ ସାବ୍ୟସ୍ତ କରିଥିଲା । ତାଙ୍କ ଉପରେ ୨୦୨୪ର ରାଜନୀତିକ ଅଶାନ୍ତି ବେଳେ ହିଂସାକାଣ୍ଡ ସହ ଜଡ଼ିତ ଅଭିଯୋଗ ଲଗାଯାଇ ଥିଲା। ଏକ କୋର୍ଟ ହସିନାଙ୍କୁ ଫାଶୀ ସଜା ମଧ୍ୟ ଶୁଣାଇଛି। ଏହି ସ୍ଥିତିରେ ବିଏନପି ର ନିର୍ବାଚନୀ ବିଜୟ ପରେ ଏହି ପ୍ରସଙ୍ଗ ଭାରତ-ବାଂଲାଦେଶ ସମ୍ୱନ୍ଧରେ ପ୍ରମୁଖ କୂଟନୀତିକ ବିଷୟ ହୋଇପାରେ।