କେନ୍ଦ୍ରାପଡ଼ା, ୧/୪ :   ଖରିନାସୀ ନିକଟ ମହାନଦୀ ମୁହାଣରେ ବୁଡ଼ି ଗଲା ମାଛ ଧରା ଡଙ୍ଗା । ଦୁଇ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ , ଜଣେ ନିଖୋଜ । 

ସୂଚନା ଅନୁସାରେ, ଜାଲ ପକାଇ ମାଛ ଧରୁଥିବାବେଳେ ମାଛଧରା ଡଙ୍ଗାଟି ବୁଡ଼ି ଯାଇଥିଲା । ଏହାରେ ସେଥିରେ ଥିବା ମତ୍ସ୍ୟଜୀବୀ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ଦୁଇ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛନ୍ତି । ମାତ୍ର ଜଣେ ନିଖୋଜ ଅଛନ୍ତି । ସ୍ଥାନୀୟ ମତ୍ସ୍ୟଜୀବୀ ଏବଂ କୋଷ୍ଟଗାଡ଼ ବାହିନୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।