କୋକସରା, ୦୪/୦୨ : କେନାଲରେ ଭାସୁଛି ବୃଦ୍ଧଙ୍କ ମୃତଦେହ। ମୃତକଙ୍କ ପରିଚୟ ଅସ୍ପଷ୍ଟ। କଳାହାଣ୍ଡି କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟରେ ଥିବା ଉଠା ଜଳସେଚନ କେନାଲରୁ ଆଜି ସକାଳେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି। 

ସୂଚନାନୁଯାୟୀ, କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟରେ ଥିବା କେନାଲରେ ଜଣେ ବୃଦ୍ଧଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କେନାଲରୁ ଶବକୁ ଉଦ୍ଧର କରିଛନ୍ତି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। କୋକସରା ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କୋକସରା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। 

ଏହି ଖବରଟିକୁ ପଢନ୍ତୁ- ଓସେପାର କଡ଼ା ନିର୍ଦ୍ଦେଶ : ଫେବ୍ରୁଆରୀ ୧୫ ସୁଦ୍ଧା ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ଯାଏ ଦିଅ ୟୁନିଫର୍ମ