ପାଟଣାଗଡ଼,୨୬/୫: ବଲାଙ୍ଗିର ଜିଲ୍ଲା ଜୁରିଆ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ସୁକତେଲ ନଦୀ ବ୍ରିଜ୍ ତଳକୁ ଓଲଟିପଡିଲା ଲୁହା ବୋଝେଇ ଟ୍ରକ । ଦୁର୍ଘଟଣାରେ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରକ୍ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି  । ଡ୍ରାଇଭରଙ୍କୁ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ହେଲପର ହେଲେ ପଦ୍ମପୁର ବ୍ଲକ୍ ସାମାନ୍ତଶେଖର ଫେର୍ରା ଏବଂ ଟ୍ରକ ଚାଳକ ହେଲେ ପଦ୍ମପୁରର ସନ୍ତୋଷ ।

ସୂଚନା ଅନୁଯାୟୀ, ପଦ୍ମପୁରରୁ ପାଟଣାଗଡ଼କୁ ଲୁହା ବୋଝେଇ ଟ୍ରକ୍ । ଲରମ୍ଭା ଥାନା ଜୁରିଆ ସୁକତେଲ ନଦୀ ବ୍ରିଜ୍ ଉପରେ ଭାରସାମ୍ୟ ହରାଇ ଡାହାଣ ପଟକୁ ଓଲଟିପଡ଼ିଥିଲା । ସୁକତେଲ ନଦୀକୁ ଶୌଚ ହେବାକୁ ଆସିଥିବା ସ୍ଥାନ ଲୋକେ ଜୋର ଶବ୍ଦ ଶୁଣି ଟ୍ରକ୍ ନିକଟରେ ପହଞ୍ଚିଥିଲେ। ଟ୍ରକ ଭିତରେ ଚାପି ହୋଇ ର‌ହିଥିବା ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ବିଫଳ ହେବାରୁ ପ୍ରଥମେ ଅଗ୍ନିଶମ ବାହିନୀ ଏବଂ ପରେ ଏକ ଜେସିବି ମାଲିକଙ୍କୁ ଫୋନ୍ କରି ଜେସିବି ଆଣିବାକୁ କହିଥିଲେ । ଅଗ୍ନିଶମ ବାହିନୀ ଓ ଜେସିବି ସେଠାରେ କଟର ସହାୟତାରେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପାଟଣାଗଡ଼ ଉପଖଣ୍ଡ  ଡାକ୍ତରଖାନାକୁ ପଠାଇଥିଲେ। ହେଲପରଙ୍କ ଅବସ୍ଥା ଗୁରୁତର  ହେବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଅନ୍ୟପଟେ ଡ୍ରାଇଭରଙ୍କ ଅବସ୍ଥାରେ ସାମାନ୍ୟ ସୁଧାର ଆସିବା ପରେ ତାଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଅଧିକ ପଢନ୍ତୁ- Soumya Murder Case: ସୌମ୍ୟରଞ୍ଜନ ହତ୍ୟା ମାମଲା; କ୍ରାଇମବ୍ରାଞ୍ଚ ଜାଲରେ ମାଷ୍ଟରମାଇଣ୍ଡ ବିନୋଦ, ଗିରଫ ସଂଖ୍ୟା ୧୬କୁ ବୃଦ୍ଧି​​​​​​​