ଖୋର୍ଦ୍ଧା ୧୦/୦୫: ବ୍ରାଉନସୁଗର ମାମଲାରେ ବୋଲଗଡ଼ ପୁଲିସ ନିର୍ଦ୍ଧାରିତ ସମୟ ସୀମାରେ କୋର୍ଟରେ ଚାଜ୍ସିଟ୍ ଦାଖଲ ନକରିବା ଘଟଣାରେ ଏସ୍ପି ବିବେକାନନ୍ଦ ଶର୍ମା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜଣାପଡ଼ିଛି । ଏ ଘଟଣାରେ ଏସ୍ପି ଶ୍ରୀଶର୍ମା ତଦନ୍ତକାରୀ ଅଧିକାରୀ ତଥା ବୋଲଗଡ଼ ଥାନା ସବ୍-ଇନ୍ସପେକ୍ଟର ହାଡ଼ିବନ୍ଧୁ ଦାସଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ସେହିପରି ବୋଲଗଡ଼ ଥାନା ଅଧିକାରୀ ସୁକାନ୍ତ ଦଳାଇଙ୍କୁ ତଲବ କରିଥିବା ଜଣାପଡ଼ିଛି ।
ଗତବର୍ଷ ଅକ୍ଟୋବର ୨୭ରେ ବୋଲଗଡ଼ ପୁଲିସ ବ୍ରାଉନସୁଗର କାରବାର ଘଟଣାରେ ସାତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏ ଘଟଣାରେ ପୁଲିସ ୨୫୬/୨୫ରେ ମାମଲା ରୁଜୁ କରିଥିଲା । ଏ ମାମଲା ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍ଙ୍କ କୋର୍ଟରେ ବିଚାରଧୀନ ଥିଲା । ମାତ୍ର ନିୟମ ଅନୁସାରେ ଅତିବେଶୀ ୧୮୦ ଦିନ ମଧ୍ୟରେ ବୋଲଗଡ଼ ପୁଲିସ ମାମଲା ଚାଜ୍ସିଟ୍ ଦାଖଲ ନିୟମ ଥିବାବେଳେ ବୋଲଗଡ଼ ପୁଲିସ ଚାଜସିଟ୍ ଦାଖଲ ସମୟ ଗଡ଼ାଇ ଗଡ଼ାଇ ଚାଲିଥିଲା । ଏପଟେ ଚାଜ୍ସିଟ୍ ଦାଖଲ ବିଳମ୍ବ ହେବାରୁ ଗତ ୨୯ ତାରିଖରେ ବୋଲଗଡ଼ ପୁଲିସ ଗିରଫ କରିଥିବା ସମସ୍ତ ବ୍ରାଉନସୁଗର ବେପାରୀଙ୍କୁ କୋର୍ଟରୁ ଜାମିନ ମିଳିଯାଇଥିଲା । ସରକାରୀ ଆଇନଜୀବୀ ରଜନୀ କାନ୍ତ ପଟ୍ଟନାୟକ ପୁଲିସ ଅବହେଳା ନଚେତ କର୍ତ୍ତବ୍ୟରେ ଅବହେଳା ଫଳରେ ଅଭିଯୁକ୍ତଙ୍କୁ ଜାମିନ ମିଳିଯାଇଥିବା ଏସ୍ପିଙ୍କୁ ଅବଗତ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ଏସ୍ପି ଏଭଳି ପଦକ୍ଷେପ ନେଇଥିବା ଏସ୍ଡ଼ିପିଓ ନିହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ :- ହାଇକୋର୍ଟଙ୍କ ଆଦେଶର ବାରମ୍ବାର ଉଲ୍ଲଂଘନ, ସୋମବାର ଶୁଣାଣିରେ ହାଜର ନହେଲେ ବନ୍ଧା ହେବେ ଗଣଶିକ୍ଷା ସଚିବ