କଟକ ୧୦/୦୫: ବାରମ୍ବାର ଅଦାଲତଙ୍କ ଆଦେଶର ଉଲ୍ଲଂଘନ କରିବା ଘଟଣାରେ ହାଇକୋର୍ଟ ବିଦ୍ୟାଳୟ ଏବଂ ଗଣଶିକ୍ଷା ସଚିବ ଏନ୍. ଥିରୁମାଲା ନାୟକଙ୍କୁ ଗିରଫ କରି ହାଜର କରାଇବା ପାଇଁ ପୁଲିସ୍ ଡିଜିଙ୍କୁ ନିର୍ଦ୍ଦେଶ ଦେଇସାରିଥିଲେ । କିନ୍ତୁ ସରକାରୀ ଆଇନଜୀବୀଙ୍କ ଅନୁରୋଧ ପରେ ନିଜ ନିଷ୍ପତ୍ତିରୁ ଓହରିଛନ୍ତି ହାଇକୋର୍ଟ । ଆସନ୍ତା ସୋମବାରକୁ ମାମଲାର ଶୁଣାଣି ଧାର୍ଯ୍ୟ ହୋଇଛି ।

ସେହିଦିନ ଅଦାଲତଙ୍କ ଆଦେଶ ସଂକ୍ରାନ୍ତ ରିପୋର୍ଟ ହାଇକୋର୍ଟରେ ପ୍ରଦାନ କରାଯିବ । ଯଦି ଏହି ସମୟ ମଧ୍ୟରେ ଅଦାଲତଙ୍କ ଆଦେଶ କାର୍ଯ୍ୟକାରୀ ହୋଇନଥାଏ ତାହେଲେ ଅବମାନନାକାରୀଙ୍କୁ ଗିରଫ କରାଯିବାର ଆଶଙ୍କା ରହିଛି ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ଦୀପକ କୁମାର ବେହେରାଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ କ୍ରିଷ୍ଣା ଏସ୍. ଦୀକ୍ଷିତ ଏହି ଆଦେଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ :-  Tiger Fear: ଚିକିଟିରେ ବୁଲୁଛି କଲରାପତରିଆ ! ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍, ଲୋକେ ଆତଙ୍କିତ​​​​​​​