ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ନର୍ଗିସ ଫକ୍‌ରିଙ୍କ ଭଉଣୀଙ୍କୁ ବାନ୍ଧିଲା ନ୍ୟୁୟର୍କ ପୋଲିସ, ପୂର୍ବତନ ପ୍ରେମିକକୁ ଜୀଅନ୍ତା ଜାଳିଥିଲେ ଆଲିୟା !

Published By : Tapas Panda | December 2, 2024 10:34 PM

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନର୍ଗିସ୍‌ ଫଖରିଙ୍କ ଭଉଣୀଙ୍କୁ ଗିରଫ କରିଛି ପୋଲିସ । ପୂର୍ବତନ ପ୍ରେମିକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଆଲିୟା ଫଖରିଙ୍କୁ ନ୍ୟୁୟର୍କ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ନ୍ୟୁୟର୍କର କ୍ବିନ୍ସରେ ଆଲିୟା ଏକ ଦୁଇ ମହଲା ଗ୍ୟାରେଜ୍‌ରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ଥିବା ତାଙ୍କ ପୂର୍ବତନ ପ୍ରେମିକ ୩୫ ବର୍ଷୀୟ ଏଡଓ୍ବାର୍ଡ ଜାକୋବସ୍‌ ଏବଂ ତାଙ୍କର ନୂଆ ବାନ୍ଧବୀ ୩୩ ବର୍ଷୀୟ ଅନସ୍ତାସିଆ ଜୀବନ୍ତଦଗ୍ଧ ହୋଇଥିଲେ । ଇର୍ଷାପରାୟଣ ହୋଇ ଆଲିୟା ଡବଲ୍‌ ମର୍ଡର କରିଥିବା ଅଭିଯୋଗ ହୋଇଥିଲା । 

ଏବେ ତାଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେ ଜେଲ୍‌ରେ ରହିବେ । ମିଳିଥିବା ସୂଚନା ଅନୁସାରେ, ଏକ ଗ୍ୟାରେଜ ଭିତରେ ଦୁଇ ଜଣ ଥିବା ବେଳେ ଆଲିୟା ନିଆଁ ଲଗାଇ ଦେଇଥିଲେ । ବିଷାକ୍ତ ଧୂଆଁ ଏବଂ ନିଆଁରେ ପୋଡ଼ି ଜୀବନ ହରାଇଥିଲେ ଏଡଓ୍ବାର୍ଡ ଏବଂ ଅନସ୍ତାସିଆ । ଆଲିୟାଙ୍କ ଏହି କାର୍ଯ୍ୟକୁ ‘ବର୍ବର କାଣ୍ଡ’ର ଆଖ୍ୟା ଦେଇଛନ୍ତି ଜଜ୍‌ ମେଲିଣ୍ଡା କାଜ୍‌ । ସେପଟେ ଆଲିୟାଙ୍କ ଜାମିନ ଆବେଦନ କ୍ବିନ୍ସର ଏକ କୋର୍ଟ ଖାରଜ କରିଦେଇଛନ୍ତି ।  

ସେପଟେ ୨୦୨୨ ହିନ୍ଦୀ ଚଳଚ୍ଚିତ୍ର ‘ରକ୍‌ଷ୍ଟାର’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା ନର୍ଗିସ ତାଙ୍କ ଭଉଣୀଙ୍କ ମାମଲା ସଂପର୍କରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । କିନ୍ତୁ ତାଙ୍କ ମା’ କହିଛନ୍ତି ଯେ, ଆଲିୟା କାହାକୁ ହତ୍ୟା କରିବା ଅସମ୍ଭବ । ସେ ସମସ୍ତଙ୍କ ଯତ୍ନ ନେବାକୁ ଭଲ ପାଏ ଏବଂ ସାହାଯ୍ୟ କରିବାକୁ ସର୍ବଦା ଚେଷ୍ଟା କରେ । ଏହା ବ୍ୟତୀତ ଆଲିୟା ଏକ ଗୁରୁତର ରୋଗରେ ପୀଡ଼ିତ ଥିବା କଥା କହିଛନ୍ତି ତାଙ୍କ ମା’ । ମୃତ ଏଡଓ୍ବାର୍ଡଙ୍କ ମା’ କହିଛନ୍ତି ଯେ, ‘ତାଙ୍କ ପୁଅ ଏବଂ ଆଲିୟାଙ୍କ ମଧ୍ୟରେ ଗୋଟିଏ ବର୍ଷ ହେଲା କୌଣସି ସଂପର୍କ ନଥିଲା । ହେଲେ ଆଲିୟା ତାଙ୍କ ପୁଅ ସହ କଥା ହେବାକୁ ସବୁ ବେଳେ ଚାହୁଁଥିଲେ । ଏଡଓ୍ବାର୍ଡ ନିଜ ଗ୍ୟାରେଜ୍‌କୁ ଏକ ଆପାର୍ଟମେଣ୍ଟ ଭାବେ ଗଢ଼ି ତୋଳିବାକୁ ଲାଗିଥିଲା । ହେଲେ ଏବେ ଏଡଓ୍ବାର୍ଡ ଆଉ ନାହିଁ । ’ 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.