ପ୍ରମୂଖ ଖବର
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଫିଲ୍ମ 'ସିଙ୍ଘମ ଏଗେନ' ରିଲିଜ ପୂର୍ବରୁ ଧମାକା, ଏହି ଦେଶରେ ୧୯୭ ସ୍କ୍ରିନରେ ହେବ ରିଲିଜ

Published By : Anindita Ratha | October 30, 2024 10:30 AM

ମୁମ୍ବାଇ୩୦/୧୦: ରୋହିତ ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ସିଙ୍ଘମ ଏଗେନ' ରିଲିଜ ପୂର୍ବରୁ କରିଛି ଧମାକା। 'ସିଙ୍ଘମ ଏଗେନ' ଆଡଭାନ୍ସ ବୁକିଂ ଭାରତର କିଛି ପ୍ରେକ୍ଷାଳୟରେ ଆରମ୍ଭ ହୋଇଛି, ଯେଉଁଠାରେ 'ଭୁଲ ଭୁଲେୟା 3' ଅପେକ୍ଷା ଫିଲ୍ମଟି ଅଧିକ ସ୍କ୍ରିନ ସ୍ଥାନ ପାଇଛି । 'ସିଙ୍ଘମ ଏଗେନ' ମୋଟ ୫୬% ସ୍କ୍ରିନିଂ ପାଇବ । ତେବେ ଏପରି ସମୟରେ  ଫିଲ୍ମକୁ ନେଇ ଦେଶ ବାହାରେ ମଧ୍ୟ କ୍ରେଜ ରହିଛି । କିଛି ଦେଶରେ ଏହା ୧୯୭ ସ୍କ୍ରିନରେ ରିଲିଜ ହେବାକୁ ଯାଉଛି ।

ତେବେ ଏନେଇ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ତାଙ୍କ ସୋସିଆଲ ମିଡିଆରେ 'ସିଙ୍ଘମ ଏଗେନ' ନେଇ ଏକ ଅପଡେଟ୍ ସେୟାର କରିଛନ୍ତି । ସେ କହିଛନ୍ତି ଯେ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଫିଜିରେ ୧୯୭ ଟି ପରଦାରେ 'ସିଙ୍ଘମ ଏଗେନ' ମୁକ୍ତିଲାଭ କରୁଛି । ଏହା ନିଜେ ଏକ ମାଇଲଷ୍ଟୋନ ଅଟେ କାରଣ ଏହିପରି କରି 'ସିଙ୍ଘମ ଏଗେନ' ପୂର୍ବ ସମସ୍ତ ହିନ୍ଦୀ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଛି । ଏହା ବ୍ୟତୀତ 'ସିଙ୍ଘମ ଏଗେନ' ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି ଯାହା ସିଡନୀର ଡ୍ରାଇଭ୍ ଇନ୍ ସିନେମାରେ ପ୍ରଦର୍ଶିତ ହେବାକୁ ଯାଉଛି। ଏପରିକି କେବଳ ଅଷ୍ଟ୍ରେଲିଆରେ ଏହି ଫିଲ୍ମ ୧୪୩ ସ୍କ୍ରିନରେ ରିଲିଜ ହେଉଛି ।

'ଭୁଲ ଭୁଲେୟା ୩' ଏବଂ 'ସିଙ୍ଘମ ଏଗେନ' ଗୋଟିଏ ଦିନରେ ଅର୍ଥାତ୍ ନଭେମ୍ବର ୧ରେ ମୁକ୍ତିଲାଭ କରୁଛି । ହିନ୍ଦୀ ସିନେମାର ପ୍ରସିଦ୍ଧ ଫ୍ରାଞ୍ଚାଇଜ୍ ଉଭୟ ଚଳଚ୍ଚିତ୍ର ଚଳିତ ଦିୱାଲୀ ଅବସରରେ ରିଲିଜ ହେବାକୁ ଥିବା ବେଳେ ବକ୍ସ ଅଫିସରେ କଡା ଟକ୍କର ଦେବାକୁ ମିଳିବ । ଉଭୟ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ ରହିଛି । 'ସିଙ୍ଘମ ଏଗେନ' ଏହା ଏକ ଆକ୍ସନ୍ ଏବଂ ଥ୍ରୀଲର ଚଳଚ୍ଚିତ୍ର ଅଟେ । ଏଥିରେ ଅଜୟ ଦେବଗନଙ୍କ ସହ ରଣଭୀର ସିଂ, ଦୀପିକା ପାଦୁକୋନଙ୍କ ବ୍ୟତୀତ ମଲ୍ଟି ଷ୍ଟାର ଅର୍ଥାତ୍ ଅକ୍ଷୟ କୁମାର, କରୀନା କପୁର ଖାନ, ଟାଇଗର ଶ୍ରଫ ଏବଂ ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିବ। ଏଥିସହ ଏଥିରେ ସଲମାନ ଖାନଙ୍କୁ ଚୁଲବୁଲ ପାଣ୍ଡେ ଭୂମିକାରେ କ୍ୟାମିଓ ରୋଲରେ ଦେଖିବାକୁ ମିଳିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.