ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଦ୍ୱିତୀୟ ଥର ମାଆ ହେଲେ ଇଲିଆନା ଡି'କ୍ରୁଜ୍, ଶିଶୁପୁତ୍ରର ସେୟାର କଲେ ଫଟୋ

Published By : Anindita Ratha | June 29, 2025 11:44 AM

ମୁମ୍ବାଇ,୨୯/୦୬:ପୁଣି ଥରେ ମାଆ ହୋଇଛନ୍ତି ଇଲିଆନା ଡି'କ୍ରୁଜ୍। ଅଭିନେତ୍ରୀ ତାଙ୍କର ସୋସିଆଲ ମିଡିଆ ପୋଷ୍ଟରେ ଦ୍ୱିତୀୟ ଥର ପାଇଁ ମାଆ ହେବାର ଖୁସି ଖବର ଦେଇଛନ୍ତି । ଅଭିନେତ୍ରୀ ତାଙ୍କର ଦ୍ୱିତୀୟ ସନ୍ତାନର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଇଲିଆନା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ପୋଷ୍ଟରେ ଅଭିନେତ୍ରୀ ତାଙ୍କ ପୁଅର ନାମ ଏବଂ ତାଙ୍କ ଜନ୍ମ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି ।

ତେବେ ୨୭ ଜୁନ ରାତିରେ ଇଲିଆନା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଦ୍ୱିତୀୟ ସନ୍ତାନ ଜନ୍ମ ହେବାର ଖୁସି ଖବର ଦେଇଥିଲେ । ଅଭିନେତ୍ରୀ ତାଙ୍କ ଦ୍ୱିତୀୟ ସନ୍ତାନର ଏକ ଝଲକ ମଧ୍ୟ ସେୟାର କରିଛନ୍ତି । ଅଭିନେତ୍ରୀ ତାଙ୍କ ପୁଅର ଏକ ବ୍ଲାକ ଆଣ୍ଡ ହ୍ୱାଇଟ ଫଟୋ ସେୟାର କରିଛନ୍ତି । ଏହା ସହିତ, ଅଭିନେତ୍ରୀ କହିଛନ୍ତି ଯେ ତାଙ୍କର ଦ୍ୱିତୀୟ ସନ୍ତାନ ୧୯ ଜୁନ୍ ୨୦୨୫ ରେ ଜନ୍ମ ହୋଇଥିଲା । ଇଲିଆନା ଏହି ଖୁସି ଖବର ପୋଷ୍ଟରେ ଲାଲ ହାର୍ଟ ଇମୋଜି ସହ କ୍ୟାପସନରେ ଲେଖିଛନ୍ତି, 'ଆମେ ବହୁତ ଖୁସି' । ଅଭିନେତ୍ରୀ ତାଙ୍କ ପୁଅର ନାମ କିନୁ ମାଇକେଲ୍ ଡୋନାଲ୍ ରଖିଛନ୍ତି । ତେବେ ଏହି ଖବର ଆସିବା ପରେ ଇଲିଆନାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଫ୍ୟାନ୍ସ ସମେତ ତମାମ ସେଲିବ୍ରିଟି ଅଭିନେତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି । ପ୍ରିୟଙ୍କା ଚୋପ୍ରା ଏବଂ ଅନେକ ସେଲିବ୍ରିଟି ଇଲିଆନାଙ୍କ ମାଆ ହେବା ପାଇଁ ଅଭିନେତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରକାଶ ଥାଉକି, ୨୦୨୩ ମସିହାର ଆରମ୍ଭରେ ରଣବୀର କପୁରଙ୍କ ସହ ଫିଲ୍ମ ବର୍ଫିରେ କାମ କରିଥିବା ଅଭିନେତ୍ରୀ ଇଲିଆନା ଗତ ବର୍ଷ ପ୍ରଥମ ଥର ପାଇଁ ମାଆ ହୋଇଥିଲେ। ସେ ତାଙ୍କର ପ୍ରଥମ ପୁଅ କୋଆ ଫୋନିକ୍ସ ଡୋଲାନଙ୍କୁ ଜନ୍ମ ଦେଇଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.