ବ୍ରହ୍ମପୁର ୧୮/୦୫: ବାହାଦୁରପେଣ୍ଠ ଗାଁରେ ବୋମା ମାଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମା ମାଡ। ଜଣେ ଯୁବକ ଆହତ। ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।
ସୂଚନା ଅନୁଯାୟୀ, ଗତକାଲି ରାତି ୧ଟା ୩୦ରେ ବାହାଦୁରପେଣ୍ଠ ଗାଁରେ ବୋମା ମାଡ ହୋଇଛି। ଦୁଇ ଗୋଷ୍ଠୀର ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମା ମାଡ ହୋଇଥିବା ସୂଚନା ମିଳିଛି। ବାହାଦୁରପେଣ୍ଠ ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ୪ଟି ବୋମା ପଡ଼ିଥିବା ଜଣାପଡିଛି। ଗେଟ ବଜାର ଅଞ୍ଚଳର ଜଣେ ଯୁବକ ସାମାନ୍ୟ ଆହତ ହୋଇଛନ୍ତି। ବୋମା ମାଡ ପରେ ସମସ୍ତେ ଫେରାର ଥିବାବେଳେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି।