ନୂଆଦିଲ୍ଲୀ,୦୯/୦୨; ସଂସଦ ଭବନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ୧୩ ତାରିଖ ଦିନ ଅପରାହ୍ନ ୧ଟା ୧୧ରେ ବିସ୍ଫୋରଣ କରାଇବାକୁ ଧମକ ଦିଆଯାଇଛି । ସଂସଦ ଭବନ ସହ ଆଉ ୯ଟି ସ୍କୁଲକୁ ବି ଆସିଛି ବୋମା ଧମକ । ଖଲିସ୍ତାନ ନାଁରେ ମେଲ୍ରେ ଆସିଛି ଧମକ । ଦିଲ୍ଲୀକୁ ଖଲିସ୍ତାନ କରିବାକୁ ମେଲ୍ରେ ଉଲ୍ଲେଖ କରାଯାଇଛି । ବୋମା ଧମକ ପରେ ରାଜଧାନୀ ଦିଲ୍ଲୀରେ ହାଇଆଲର୍ଟ ଜାରି ହୋଇଛି । ଦିଲ୍ଲୀ ପୁଲିସ, ଅଗ୍ନିଶମ ଟିମ୍, ବମ୍ ସ୍କ୍ବାଡ୍ର ତନ୍ନତନ୍ନ ଯାଞ୍ଚ କରୁଛନ୍ତି ।
୧୩ ତାରିଖରେ ସଂସଦରେ ହେବ ବ୍ଲାଷ୍ଟ- ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥିରେ ବୋମା ଧମକ ଦିଆଯାଇଛି । ସ୍କୁଲ ସହିତ ସଂସଦକୁ ମଧ୍ୟ ବୋମାରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇମେଲ୍ ଆସିଛି । ଏଥିରେ ସଂସଦ ଉପରେ ଆକ୍ରମଣ ପାଇଁ ଫାଶୀ ଦିଆଦିଆଯାଇଥିବା ଆତଙ୍କବାଦୀ ଅଫଜଲ ଗୁରୁର ନାମ ନିଆଯାଇଛି । ଏହା ସହିତ ଦିଲ୍ଲୀକୁ ଖଲିସ୍ତାନୀ କରିବାକୁ କୁହାଯାଇଛି । ଦିଲ୍ଲୀ ପୁଲିସ୍ ସୂଚନା ଅନୁସାରେ, ସ୍କୁଲକୁ ପଠାଯାଇଥିବା ବୋମା ଧମକ ଇମେଲରେ ବିଚଳତି କରିବା ପରେ ବୟାନ ଆସିଛି । ଏଥିରେ ଲେଖାଯାଇଛି, 'ଦିଲ୍ଲୀ ଖଲିସ୍ତାନୀ ହୋଇଯିବ । ପଞ୍ଜାବ ଖଲିସ୍ତାନୀ ଅଫଜଲ ଗୁରୁଙ୍କ ସ୍ମୃତିରେ ଇମେଲରେ ସଂସଦକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି । ସମୟ ବି ଉଲ୍ଲେଖ ରହିଛି । ଫେବୃଆରୀ ୧୩ ତାରିଖ ଦିନ ୧ଟା୧୧ରେ ବ୍ଲାଷ୍ଟ ହେବ । କହି ରଖୁଛି କି, ୨୦୦୧ ମସିହାରେ ସଂସଦ ଉପରେ ଆକ୍ରମଣ ହୋଇଥିଲା । ତାରିଖ ମଧ୍ୟ ୧୩ ଥିଲା । ଯଦିଓ ମାସଟି ଡିସେମ୍ବର ଥିଲା । ଧମକପୂର୍ଣ୍ଣ ଇମେଲରେ ଅଫଜଲ ଗୁରୁ ନାମ ନିଆଯାଇଛି । ଯାହାକୁ ୨୦୧୩ରେ ଏହି ଆଜିର ଦିନରେ ଫାଶୀ ଦିଆଯାଇଥିଲା ।
ଏହା ବି ପଢନ୍ତୁ..‘ଗ୍ଲୋବାଲ ଟିଚର ପ୍ରାଇଜ୍-୨୦୨୬’ ଜିତିଲେ ଭାରତୀୟ, ରୁବଲ ନାଗିଙ୍କୁ ମିଳିଲା ୯ କୋଟି
ସ୍କୁଲକୁ ଖାଲି କରାଗଲା- ଦିଲ୍ଲୀରେ ପୁଣି ଥରେ ସ୍କୁଲକୁ ବେମା ଧମକ ମିଳିଛି । ପ୍ରାୟ ୧୦ରୁ ଅଧିକ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇମେଲ୍ ଆସିଛି । ଏହାପରେ ସ୍କୁଲରେ ଆତଙ୍କ ଖେଳିଯାଇଛି । ଧମକ ମିଳିବାପରେ ସ୍କୁଲରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ଅଗ୍ନିଶମ ଟିମକୁ ଖବର ଦିଆଯାଇଛି । ଡିଏଫଏସ ଅନୁସାରେ ଅନେକ ସ୍କୁଲରୁ ଏମରେଜେନ୍ସି କଲ୍ ଆସିଥିଲା । ଏହା ପରେ ଦମକଳ ଗାଡ଼ି ଏବଂ ବମ୍ ସ୍କ୍ୱାର୍ଡ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତନ୍ନତନ୍ନ କରି ଖୋଜାଖୋଜି ଜାରି ରହିଛି । ସ୍କୁଲକୁ ଖାଲି କରିଦିଆଯାଇଛି ।