ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସରିଲା ସଂସଦର ବଜେଟ୍ ଅଧିବେଶନ; ଉଭୟ ଗୃହ ସାଇନ-ଏ -ଡ଼ାଏ, ୧୬ ବିଲ୍ ପାସ୍

Published By : Ankita S | April 4, 2025 2:08 PM

ନୂଆଦିଲ୍ଲୀ,୦୪/୦୪:  ସଂସଦର ବଜେଟ୍ ଅଧିବେଶନ ଶେଷ ହୋଇଛି । ଶୁକ୍ରବାର ଲୋକସଭାରେ ବିରୋଧୀ ଓ ଶାସକଙ୍କ ହୋ ହାଲ୍ଲା ମଧ୍ୟରେ ସଂସଦର ବଜେଟ୍ ଅଧିବେଶନ ସମାପ୍ତ ହୋଇଛି । ଉଭୟ ଗୃହ ମୁଲତବୀ ଘୋଷଣା ହୋଇଛି । ବିରୋଧ ଭିତରେ ଅଧିବେଶନରେ ବହୁ ଚର୍ଚ୍ଚିତ ୱାକଫ୍‌ ବିଲ୍ ପାସ୍ ହୋଇଛି । ଏହା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ ପାରିତ ହୋଇଛି । ମୋଟ୍ ୧୬ଟି ବିଧେୟକ ପାରିତ ହୋଇଥିବା ଲୋକସଭା ବାଚସ୍ପତି ଓମ୍ ବିର୍ଲା ସୂଚନା ଦେଇଛନ୍ତି ।

ଆଜି ଲୋକସଭା କାର୍ଯ୍ୟକାଳ ଆରମ୍ଭ ହେବା କ୍ଷଣି ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ । ଜୋରଦାର ହଙ୍ଗାମା କରିଥିଲେ । ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି କଂଗ୍ରେସ ସମେତ ବିରୋଧୀ ଦଳର କିଛି ସଦସ୍ୟ ନିଜ ସ୍ଥାନରୁ ଉଠି ନାରାବାଜି ଦେଇଥିଲେ । କିଛି ସଦସ୍ୟ ଗୃହ ମଧ୍ୟଭାଗକୁ ଚାଲି ଆସିଥିଲେ । ଅନ୍ୟପଟେ ଶାସକ ଦଳର ନିଶିକାନ୍ତ ଦୁବେଙ୍କ ସମେତ ଅନ୍ୟ ସଦସ୍ୟ ନିଜ ସ୍ଥାନରୁ ଉଠି ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । ଅଧ୍ୟକ୍ଷ ଓମ୍‌ ବିର୍ଲା ପ୍ରଶ୍ନକାଳ ଚଳାଇବାକୁ ପ୍ରୟାସ କରିଥିଲେ ମାତ୍ର ସମ୍ଭବ ହୋଇପାରିନଥିଲା । ଦୁଇପକ୍ଷ ନାରାବାଜି ଦେଇଥିଲେ । ସଦସ୍ୟଙ୍କୁ ଶାନ୍ତ ରହିବାକୁ ଅଧ୍ୟକ୍ଷ କହିଥିଲେ ମାତ୍ର କେହି କର୍ଣ୍ଣପାତ କରିନଥିଲେ । ଫଳରେ ଗୃହକୁ ଅନିଶ୍ଚିତକାଳ ପାଇଁ ସ୍ଥଗିତ ଘୋଷଣା କରାଯାଇଥିଲା । 

୧୬ ବିଲ୍ ପାରିତ- ଗୃହ ମୁଲତବୀ ଘୋଷଣା କରି ବାଚସ୍ପତି କହିଛନ୍ତି, ଅଧିବେଶନରେ ମୋଟ୍ ୨୬ ବୈଠକ ହୋଇଛି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଚର୍ଚ୍ଚାରେ ୧୭୩ ସଦସ୍ୟ ଅଂଶଗ୍ରହଣ କରିଥିଲେ । କେନ୍ଦ୍ର ବଜେଟ୍ ଉପରେ ୧୬୯ ସଦସ୍ୟ ଭାଗ ନେଇଥିଲେ । ଅଧିବେଶନରେ ୧୦ ସରକାରୀ ବିଧେୟକ ପୁନଃସ୍ଥାପିତ କରାଯାଇଛି । ୱାକଫ୍ ସଂଶୋଧନ ବିଧେୟକ ୨୦୨୫ ସମେତ ୧୬ ବିଲ୍ ପାରିତ ହୋଇଛି । ୧୧୮ ପ୍ରତିଶତ ସଫଳତାପୂର୍ବକ ଆଲୋଚନା ହୋଇଛି ।

ଅଧିକ ପଢ଼ନ୍ତୁ...ରାଜ୍ୟସଭାରେ ପାରିତ ୱାକଫ୍ ସଂଶୋଧନ ବିଲ୍, ସପକ୍ଷରେ ପଡ଼ିଲା ୧୨୮ ଭୋଟ୍

ବିରୋଧ ଭିତରେ ୱାକଫ୍ ବିଲ୍ ପାସ୍- ବିରୋଧୀଙ୍କ ବିରୋଧ ଭିତରେ ସଂସଦରେ ଗୃହୀତ ହୋଇଛି ବହୁ ଚର୍ଚ୍ଚିତ ୱାକଫ୍ ସଂଶୋଧନ ବିଲ୍ ।  ଲୋକସଭା ପରେ ଶୁକ୍ରବାର ରାଜ୍ୟସଭାରେ ପାସ୍ ହୋଇଛି ୱାକଫ୍ ବିଲ୍ । ଲୋକସଭାରେ ବିଲ୍ ସପକ୍ଷରେ  ୨୮୮ ଭୋଟ୍ ପଡ଼ିଥିଲା । ବିରୋଧରେ ୨୩୨ ଭୋଟ୍ ମିଳିଥିଲା । ସେହିପରି ରାଜ୍ୟସଭାରେ  ୧୨ ଘଣ୍ଟା ଧରି ଚର୍ଚ୍ଚା ପରେ ଗୁରୁବାର ବିଳମ୍ବିତ ରାତିରେ ବିଲ୍ ପାରିତ ହୋଇଛି । ରାଜ୍ୟସଭାରେ ୧୨୮ ଭୋଟ ସପକ୍ଷରେ ପଡ଼ିଥିଲା । ୯୫ ଭୋଟ୍ ବିଲ୍ ବିପକ୍ଷରେ ପଡ଼ିଥିଲା । ଆଇନରେ ପରିଣତ ହେବାକୁ ଗୋଟିଏ ପାଦ ଦୂରରେ ଅଛି ବିଲ୍ । ରାଷ୍ଟ୍ରପତିଙ୍କ ମୋହର ପରେ ଏହା ଆଇନରେ ପରିଣତ ହେବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.