ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ରାଜ୍ୟସଭାରେ ପାରିତ ୱାକଫ୍ ସଂଶୋଧନ ବିଲ୍, ସପକ୍ଷରେ ପଡ଼ିଲା ୧୨୮ ଭୋଟ୍

Published By : Ankita S | April 4, 2025 10:12 AM

ନୂଆଦିଲ୍ଲୀ,୦୪/୦୪: ବିରୋଧୀଙ୍କ ବିରୋଧ ଭିତରେ ସଂସଦରେ ଗୃହୀତ ହୋଇଛି ବହୁ ଚର୍ଚ୍ଚିତ ୱାକଫ୍ ସଂଶୋଧନ ବିଲ୍ । ରାଜ୍ୟସଭାରେ ପାସ୍ ହୋଇଛି ୱାକଫ୍ ବିଲ୍ । ଲୋକସଭାରେ ପାସ୍ ହେବାପରେ ଗୁରୁବାର ବିଳମ୍ବିତ ରାତିରେ ରାଜ୍ୟସଭାରେ ପାରିତ ହୋଇଛି । ବିଲ୍‌ରେ ରାଜ୍ୟସଭାରେ ୧୨୮ ଭୋଟ ସପକ୍ଷରେ ପଡ଼ିଥିଲା । ୯୫ ଭୋଟ୍ ବିପକ୍ଷରେ ପଡ଼ିଥିଲା । ଆଇନରେ ପରିଣତ ହେବାକୁ ଗୋଟିଏ ପାଦ ଦୂରରେ ଅଛି ବିଲ୍ ।

ୱାକଫ ସଂଶୋଧନ ବିଲ୍‌ ଉଭୟ ଗୃହରେ ଗୃହୀତ ହୋଇଛି । ଗୁରୁବାର ବିଲ୍‌ ଲୋକସଭାରେ ପାସ୍‌ ହୋଇଥିଲା ବେଳେ ଆଜି ରାଜ୍ୟସଭାର ସ୍ୱୀକୃତି ମିଳିଛି । ବିଲ୍‌ ଉପରେ ରାଜ୍ୟସଭାରେ ୧୨ ଘଣ୍ଟାରୁ ଅଧିକ ସମୟ ଚର୍ଚ୍ଚା ହୋଇଥିଲା ।  ବିରୋଧୀ ସଦସ୍ୟମାନେ ଆଣିଥିବା ସମସ୍ତ ସଂଶୋଧନ ପ୍ରସ୍ତାବ କାଟ୍‌ ଖାଇବା ପରେ  ବିଳମ୍ବିତ ରାତିରେ ଭୋଟିଂ ହୋଇଥିଲା । ବିଲ୍‌ ସପକ୍ଷରେ ୧୨୮ ଓ ବିପକ୍ଷରେ ୯୫ ଭୋଟ  ପଡିଥିଲା । ଆଇନରେ ପରିଣତ ହେବାକୁ ଏବେ ମାତ୍ର ଗୋଟିଏ ପାଦ ଦୂରରେ ରହିଛି ବିଲ୍ । ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳିବା ପରେ ଏହି ବିଲ୍‌ ଆଇନରେ ପରିଣତ ହେବ ।

ୱାକଫ୍ ବୋର୍ଡ କଣ ?  

'ୱାକଫ୍' ଆରବୀ ଭାଷାର 'ୱାକୁଫା' ଶଦ୍ଦରୁ ଆସିଛି । ଏହାର ଅର୍ଥ ଅଟକିଥିବା ବା ସ୍ଥିର ହୋଇଯିବା । ଇସ୍‌ଲାମରେ ଏହା ଦାନ ଦେବାର ଏକ ପ୍ରକ୍ରିୟା । ଏପରି ସମ୍ପତ୍ତି ଯାହା କି ସାମାଜିକ କାମ ପାଇଁ ଦାନ କରି ଦିଆଯାଇଥାଏ । ତାହାକୁ 'ୱାକଫ୍ ସମ୍ପତ୍ତି' କୁହାଯାଏ । ଦାନ କରିଥିବା ବ୍ୟକ୍ତି ସ୍ଥିର କରିଥାନ୍ତି ତାଙ୍କ ସମ୍ପତ୍ତି କେଉଁ କାମରେ ଲାଗିବ । 

କିପରି ପରିଚାଳନା ହୁଏ ?  ଭାରତ ସରକାର ୱାକଫ୍ ସମ୍ପତ୍ତିର ପରିଚାଳନା ଏବଂ ତଦାରଖ ପାଇଁ ୱାକଫ୍ ବୋର୍ଡ଼ ଏବଂ ସେଣ୍ଟ୍ରାଲ ୱାକଫ୍ କାଉନ୍‌ସିଲ ବ୍ୟବସ୍ଥା ଆଣିଛନ୍ତି । ଏହି ୱାକଫ୍ ସଂଶୋଧନ ବିଲ୍ ପୂର୍ବରୁ ୱାକଫ୍ ସମ୍ପତ୍ତିର ସୁରକ୍ଷା ପାଇଁ ୧୯୯୫ରେ ୱାକଫ୍ ଆକ୍ଟ ଏବଂ ୨୦୧୩ରେ ୱାକଫ୍ ସଂଶୋଧନ ସୁରକ୍ଷା ଲାଗି କେନ୍ଦ୍ର ସ୍ତରରେ ଏକ ସ୍ବୟଂଚାଳିତ ସଂସ୍ଥା ରହିଛି । ଯାହାକୁ ସେଣ୍ଟ୍ରାଲ ୱାକଫ୍ କାଉନ୍‌ସିଲ କୁହାଯାଏ । ଏହାବାଦ୍ ରାଜ୍ୟ ସ୍ତରରେ ସମ୍ପତ୍ତିର ପରିଚାଳନା ପାଇଁ ୱାକଫ୍ ବୋର୍ଡ ରହିଛି । ଦେଶରେ ମୋଟ ୩୨ଟି ୱାକଫ୍ ବୋର୍ଡ଼ ରହିଛି ।


ଅଧିକ ପଢ଼ନ୍ତୁ...Waqf Amendment Bill: ୱାକଫ୍‌ ପାଖରେ କେଉଁଠି ଏବଂ କେତେ ସମ୍ପତ୍ତି ଅଛି ?

ୱାକଫ୍ ପାଖରେ କେତେ ସମ୍ପତ୍ତି ଅଛି ? ସଂଖ୍ୟାଲଘୁ ମନ୍ତ୍ରଣାଳୟ ସୂଚନା ଅନୁସାରେ, ୱାକଫ୍ ବୋର୍ଡ଼ ପାଖରେ ଭାରତରେ ପ୍ରାୟ ୮.୭୩ ଲକ୍ଷ ସମ୍ପତ୍ତି ରହିଛି । ଯାହା କି ପ୍ରାୟ ୯.୪ ଲକ୍ଷ ଏକର ଜମିରେ ପରିବ୍ୟାପ୍ତ । ଏହାର ମୂଲ୍ୟ ୧.୨ ଲକ୍ଷ କୋଟି ଟଙ୍କାରୁ ଅଧିକ । ଦୁନିଆରେ ସର୍ବାଧିକ ୱାକଫ୍ ସମ୍ପତ୍ତି ରହିଛି । ଭାରତରେ ସେନା ଏବଂ ରେଲୱେଠାରୁ ମଧ୍ୟ ୱାକଫ୍ ସମ୍ପତ୍ତି ଅଧିକ । ବର୍ଷକୁ ୱାକଫର ରେଭିନ୍ୟୁ ୨୦୦ କୋଟି ଟଙ୍କା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.