ନବରଙ୍ଗପୁର/ ଚନ୍ଦାହାଣ୍ଡି,୧୨୧୦(ଆପ୍ର): ବାରାହା ଶୀକାର ପାଇଁ  ବିଛାଯାଇଥିବା ବିଦ୍ୟୁତ ଫାରେ ପଡି ନାବାଳକ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଚନ୍ଦାହାଣ୍ଡି ଥାନା ଅଧୀନ ପାଟଖଲିଆ ପଞ୍ଚାୟତର ପାଉଁଜୋରୀ ଗାଁରେ। ମୃତ ନାବାଳକଙ୍କ ଜଣକ ହେଲେ ଅବିନ୍ଦ୍ର ଜାନୀ (୧୨)। ଏନେଇ ମୃତ ଅବିନ୍ଦ୍ରଙ୍କ ଦାଦା ବୁଟିଜାନୀ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି।

ବୁଟିଜାନୀ ଅଭିଯୋଗ କରିଛନ୍ତି ଯେ, ରବିବାର ସକଳା ୮ଟାରେ ଗାଈ ଚରାଇବା ପାଇଁ ତାଙ୍କ ପୁତୁରା ଅବିନ୍ଦ୍ର ଗଡିଆଯୋଡି ନାଳକୁ ଗାଈ ବଳଦକୁ ନେଇଥିଲା । ଅପରାହ୍ନ ଗୋଟାରେ  ଫେରିବା ବେଳକୁ ବରାହ୍ ଶୀକାର ପାଇଁ ଲାଗିଥିବା ବିଦ୍ୟୁତ ଫାର ତାଲ ଲାଗି ଯିବାରୁ  ଘଟଣା ସ୍ଥଳରେ ଅବିଦ୍ରଙ୍କ ମୃତ୍ୟୁ ହୋଇଥିଲା। ଚନ୍ଦାହାଣ୍ଡି ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛି।