ପ୍ରମୂଖ ଖବର
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଦୀଘା ଜଗନ୍ନାଥ ମନ୍ଦିର ବିବାଦ : ସାମାଜିକ ଗଣମାଧ୍ୟମରେ ଶ୍ରୀକ୍ଷେତ୍ରକୁ ବିରୋଧ

Published By : Rasmita Pradhan | May 5, 2025 8:17 AM

ଭୁବନେଶ୍ୱର, ୦୫/୦୫ : ଦୀଘାରେ ଜଗନ୍ନାଥ ମନ୍ଦିର ଖୋଲି ଜଗନ୍ନାଥ ଧାମ ଲେଖିବାକୁ ନେଇ ବିବାଦ ତେଜିଛି । ଶ୍ରୀକ୍ଷେତ୍ର ବିରୋଧରେ ଏହା ବଡ଼ ଷଡ଼ଯନ୍ତ୍ର ବୋଲି କୁହାଯାଉଛି । ପଶ୍ଚିମବଙ୍ଗର ଟିଏମ୍‌ସି ସରକାର ଏହାକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଅଭିଯୋଗ ହେଉଛି । ଏଭଳି ସମୟରେ ଓଡ଼ିଶା ବିରୋଧରେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପୋଷ୍ଟ ଘୁରି ବୁଲୁଛି । କିଛି ନ୍ୟସ୍ତସ୍ୱାର୍ଥ ଲୋକ ପଶ୍ଚିମବଙ୍ଗରେ ‘ବଏକଟ୍‌ ପୁରୀ ଟୁରିଜିମ୍‌’ ନାଁରେ ଟ୍ରେଣ୍ଡ୍‌ ଆରମ୍ଭ କରିଛନ୍ତି । 

ବେଙ୍ଗଲ ୱାରିୟର ନାମକ କେହି ବ୍ୟକ୍ତି ଏକ୍ସରେ ଏଭଳି ବିଭ୍ରାନ୍ତକାରୀ ପୋଷ୍ଟ କରିଛନ୍ତି । ଏଥିରେ ଉଲ୍ଲେଖ ଅଛି, ବଙ୍ଗାଳୀ ଲୋକମାନେ ପୁରୀକୁ (ବର୍ଜନ) ବଏକଟ୍‌ କରନ୍ତୁ । ସେମାନଙ୍କ ପାଇଁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧି ହୋଇଛି । ବିଶେଷ କରି ପୁରୀ ଜଗନ୍ନାଥ ମନ୍ଦିରକୁ ଦେଖିବାକୁ ପଶ୍ଚିମବଙ୍ଗରୁ ତୀର୍ଥଯାତ୍ରୀ ଧାଇଁ ଆସୁଛନ୍ତି । ଓଡ଼ିଶାର ଜିଡିପିରେ ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କ ବଡ଼ ଯୋଗଦାନ ରହିଛି । ଏଣୁ ସେମାନେ ପୁରୀକୁ ବଏକଟ୍‌ କରନ୍ତୁ ବୋଲି ଏହି ପୋଷ୍ଟରେ କୁହାଯାଇଛି ।  

ସେପଟେ ଏହି ପୋଷ୍ଟକୁ ନେଇ ଓଡ଼ିଆ ଲୋକ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଉଛି । ପଶ୍ଚିମବଙ୍ଗର ଦୀଘାରେ ଜଗନ୍ନାଥ ମନ୍ଦିର ହେବାରେ କୌଣସି ଆପତ୍ତି ନାହିଁ । ବିଶ୍ୱର ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିର ଅଛି । ଏହା ଜଗନ୍ନାଥ ସଂସ୍କୃତିକୁ ପ୍ରଚାରପ୍ରସାର କରୁଛି । କିନ୍ତୁ ଜଗନ୍ନାଥ ଧାମ ଲେଖାଯିବା ଗ୍ରହଣୀୟ ନୁହେଁ । ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ । ଶ୍ରୀକ୍ଷେତ୍ର ପୁରୀର ଗୌରବ ହାନି ହେଲା ଭଳି ଅପଚେଷ୍ଟା କରାନଯାଉ ବୋଲି ସ୍ୱାତୀ ନାୟକ ନାମକ ଜଣେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଲେଖିଛନ୍ତି । 

ଆଉ କିଛି ଲୋକେ ଲେଖିଛନ୍ତି, ପ୍ରଭୁ ଜଗନ୍ନାଥଙ୍କୁ ନେଇ କୌଣସି ବିବାଦ ନହେଉ । ଯେଉଁମାନେ ନିୟମ ଭାଙ୍ଗି ଦୀଘା ଜଗନ୍ନାଥ ମନ୍ଦିର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ଅଲ ଓଡ଼ିଶା ହୋଟେଲ ବ୍ୟବସାୟୀ ସଂଘ ତଥା ପୁରୀ ହୋଟେଲ ବ୍ୟବସାୟୀ ସଂଘର ଉପସଭାପତି ରାଜକିଶୋର ପାତ୍ର କହିଛନ୍ତି, ପୁରୀରେ ପର୍ଯ୍ୟଟନ କ୍ଷେତ୍ର ଉପରେ କୌଣସି ପ୍ରଭାବ ପଡ଼ିବାର ଆଶଙ୍କା ନାହିଁ । କେଉଁଟା ଅସଲି କି ନକଲି, ଲୋକେ ଜାଣିଛନ୍ତି । ଲୋକେ ଜଗନ୍ନାଥଙ୍କ ପାଇଁ ପୁରୀ ଆସନ୍ତି । ଉଚ୍ଚ ଓ ମଧ୍ୟମ ବର୍ଗର ପର୍ଯ୍ୟଟକମାନେ ଯେମିତି ଆସୁଥିଲେ ସେମିତି ଆସିବେ । କେବଳ ନିମ୍ନ ଆୟକାରୀ ବର୍ଗର କିଛି ପର୍ଯ୍ୟଟକ ସାମୟିକ ଭାବେ ପୁରୀ ନ ଆସି ଦୀଘା ଯାଇପାରନ୍ତି । ଏହି ବର୍ଗର ବହୁ ପର୍ଯ୍ୟଟକ ବସ୍‌ରେ ପୁରୀ ଆସନ୍ତି । ସେମାନେ ସାମୟିକ ଭାବେ ଦୀଘା ଯାଇପାରନ୍ତି ବୋଲି ସେ କହିଛନ୍ତି । କିନ୍ତୁ ପରେ ସବୁ କିଛି ଠିକ୍‌ ହୋଇଯିବ ବୋଲି ସେ ଜୋର୍‌ ଦେଇ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.