କୋକସରା,୫। ୪ : କଳାହାଣ୍ଡି ଜିଲ୍ଲା କୋକସରା ଥାନା  ଛଞ୍ଚାଣିବାହାଲି ପଞ୍ଚାୟତ ପଲସପାଣି ଗ୍ରାମରେ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ମୃତ ନାବାଳକ ଜଣକ ହେଲେ କ୍ରିଶ ହଂସ ।

ପଲସପାଣି ଗ୍ରାମର ଦେବେନ୍ଦ୍ର ହଂସଙ୍କ ନାବାଳକ ୮ ବର୍ଷର ନାବାଳକ ପୁଅ  କ୍ରିଶ ହଂସ ସେହି ଗ୍ରାମର ଟ୍ରାକ୍ଟରରେ ବସି ଆସୁଥିଲା। ଏହି ସମୟରେ ଟ୍ରାକ୍ଟରଟି ଅଚାନକ ଓଲଟି ପଡିଯିବାରୁ ଘଟଣାସ୍ଥଳେ କ୍ରିଶର ମୃତ୍ୟୁ ଘଟିଥିଲା।  ଖବରପାଇ କୋକସରା ପୋଲିସ ଘଟଣାସ୍ଥଳ ପହଞ୍ଚି ତଦନ୍ତକରି ମୃତଦେହ ଜବତ କରି କୋକସରା ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ସନ୍ଧ୍ୟା ହେବାରୁ ସୋମବାର ସକାଳେ  ଶବ ବ୍ୟବଛେଦ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l ଏନେଇ କୋକସରା ପୋଲିସ ପକ୍ଷରୁ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି  ତଦନ୍ତ ଜାରି ରହିଥିବା ନେଇ ସୂଚନା ମିଳିଛି।