ଚନ୍ଦାହାଣ୍ଡି ,୧୦।୧୧ :ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ  ଧୋଡ଼ିପାଣି ପଞ୍ଚାୟତ ସଦର ଗ୍ରାମର ଜଣେ ଯୁବକ  ଚେକ ଡ୍ୟାମରେ ଗାଧୋଉ ଥିବା ବେଳେ ଗୋଡ଼ ଖସି ମୃତ୍ୟୁ ଘଟିଛି। ସେ ହେଉଛନ୍ତି  ଭବାନୀ ଶଙ୍କର ନାୟକ (୨୧) l  

ଧୋଡ଼ିପାଣି  ଗ୍ରାମର  ପ୍ରେମଲାଲ ନାୟକଙ୍କ ପୁଅ ଭବାନୀ ଶଙ୍କର ରବିବାର  ଧୋଡ଼ିପାଣି  ପିଲା ନଦୀରେ ଥିବା ଚେକ ଡ୍ୟାମକୁ  ଗାଧୋଇବା ପାଇଁ ଯାଇ ଥିଲେ । ଭବାନୀ ଗାଧୋଇ କି  ଘରକୁ ଫେରୁ ଥିବା ସମୟରେ ସେଠାରେ ଥିବା ପଙ୍କରେ  ଗୋଡ଼ ଖସି ପଡି ଯିବାରୁ ମୁଣ୍ଡରେ ପଥର ବାଜି ପାଣି ଭିତରେ ଅଚେତ ହୋଇ ପଡି ଯାଇ ଥିଲେ l  କିଛି ଲୋକ ଦେଖି ପରିବାର କୁ ଖବର ଦେବା  ପରେ  ପରିବାର ଲୋକେ ତୁରନ୍ତ ୧୦୮ ଯୋଗେ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ଚିକିତ୍ସା କେନ୍ଦ୍ର ରେ ଭର୍ତ୍ତୀ କରି ଥିଲେ l  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l  ପ୍ରେମଲାଲ ନାୟକ   ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ଡାକ୍ତରଖାନା ଯାଇ ଶଵ ଜବତ କରି ଥିଲା l