ଭୁବନେଶ୍ବର,୩।୧୨ : ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ରାଷ୍ଟ୍ରୀୟ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବରେ ରାଷ୍ଟ୍ରପତି ଜାତୀୟ ସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇଥିବା ବିଭିନ୍ନ ଭିନ୍ନକ୍ଷମ ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନକୁ ପୁରସ୍କୃତ କରିଥିଲେ I ଏହି କ୍ରମରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ବ୍ରତତୀ ହରିଚନ୍ଦନଙ୍କୁ ପୁରସ୍କୃତ କରାଯାଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଙ୍କ ମଧ୍ୟରେ ଭିନ୍ନକ୍ଷମ ଅଧିକାର ଅଧିନିୟମ ୨ ର ପ୍ରଭାବୀ କ୍ରିୟାନ୍ୱୟନ ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ଦିଗରେ ଶ୍ରେଷ୍ଠ ବିବେଚିତ ହୋଇ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି I
ପୁରସ୍କାର ପ୍ରଦାନ କରିବା ସହ ମହାମହିମ ରାଷ୍ଟ୍ରପତି ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିବା ବିଷୟରେ ସୂଚନା ପ୍ରଦାନ କରିଥିଲେ ଏବଂ ସମାବେଶୀ ସମାଜ ପ୍ରତିଷ୍ଠା ଦିଗରେ ସମସ୍ତେ ସହାୟକ ହେବା ନିମନ୍ତେ ଆହ୍ୱାନ ଦେଇଥିଲେ I ସଭାରେ କେନ୍ଦ୍ର ମନ୍ତ୍ରୀ ବିରେନ୍ଦ୍ର କୁମାର, କେନ୍ଦ୍ର ସଚିବ ଭି. ବିଦ୍ୟାବତୀ , ଦିବ୍ୟାଙ୍ଗ ଜନ ସଶକ୍ତିକରଣ ବିଭାଗ, ଉପସ୍ଥିତ ଥିଲେ I