ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

କୁଳିଅଣା ଗୁଳିମାଡ଼ ମାମଲା: ସିସିଟିଭି ଫୁଟେଜରୁ ୬ ଅଭିଯୁକ୍ତ ଗିରଫ

Published By : Rasmita Pradhan | July 4, 2025 12:07 PM

ମୟୂରଭଞ୍ଜ, ୦୪/୦୭ : ମୟୂରଭଞ୍ଜ ପୁଲିସକୁ ବଡ଼ ସଫଳତା। କୁଳିଅଣା ଥାନା ୧୮ ନମ୍ବର ଜାତୀୟ ରାଜପଥ ବାଇଗଣ ବାଡିଆ କଲେଜ ଛକ ନିକଟରେ ଗୁଳିମାଡ଼ ଘଟଣାରେ ୬ ଗିରଫ। ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବାଞ୍ଚଳ ଡିଆଇଜି ଡକ୍ଟର ସତ୍ୟଜିତ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ, ମୟୂରଭଞ୍ଜ ଏସ୍ପିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହ ଗୋଟିଏ ଅସ୍ତ୍ର ଜବତ କରାଯାଇଛି। 

ସୂଚନା ଥାଉକି, ଜୁନ୍ ୨୨ ତାରିଖରେ କୁଳିଅଣା ବିଦେଶୀ ମଦ ଦୋକାନର କର୍ମଚାରୀ ଶିବାନନ୍ଦ ବାରିକ ୭ ଲକ୍ଷ ଟଙ୍କା ନେଇ ନିଜ ବାଇକ୍‌ ଯୋଗେ ବ୍ୟାଙ୍କକୁ ଜମା କରିବାକୁ ଯାଉଥିଲେ । ଏହି ସମୟରେ ୩ଜଣ ଦୁର୍ବୃତ୍ତ ତାଙ୍କୁ ଅନୁସରଣ କରିଥିଲେ। ବାଇଗଣ ବାଡିଆ କଲେଜ ଛକ ଅତିକ୍ରମ କରିବା ପରେ ଫାଙ୍କା ସ୍ଥାନରେ ଶିବାନନ୍ଦଙ୍କୁ ଅଟକାଇଥିଲେ। ଶିବାନନ୍ଦଙ୍କ ପାଖରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇବା ପାଇଁ ଉଦ୍ୟମ କରିଥିଲେ। ବ୍ୟାଗ ନ ଦେବାରୁ ତିନି ଜଣ ଦୃର୍ବୁତ୍ତଙ୍କ ମଧ୍ୟରୁ ଦୁଇଜଣ ଦୁଇଟି ବନ୍ଧୁକରୁ ମୋଟ ୬ ରାଉଣ୍ଡ ଗୁଳି ଚଳାଇଥିଲେ। ପାଟି ଶୁଣି ସ୍ଥାନୀୟ ଲୋକେ ଆସି ଦୂରରୁ ଟେକା ମାଡ କରିଥିଲେ।  ଟଙ୍କା ନେଇ ନପାରି ଶେଷରେ ଦୃର୍ବୁତ୍ତମାନେ  ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଶିବାନଦଙ୍କୁ  ଦୁଇ ରାଉଣ୍ଡ ଗୁଳିମାଡ ହୋଇଥିଲା । ତାଙ୍କ କାନ ଏବଂ ଜଙ୍ଘରେ ଗୁଳି ବାଜିଥିଲା। ତାଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏହି ଖବରଟିକୁ ପଢନ୍ତୁ-ବାଇଗଣ ବାଡିଆ କଲେଜ ଛକ ନିକଟରେ ଗୁଳିମାଡ, ମଦ ଦୋକାନ କର୍ମଚାରୀ ଗୁରୁତର

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.