ନୂଆଦିଲ୍ଲୀ,୦୮।୦୨: ଦେଶରେ ମହିଳାଙ୍କ ସ୍ୱାସ୍ଥ୍ୟ ଲାଗି କର୍କଟ ଏକ ଗମ୍ଭୀର ଚାଲେଞ୍ଜ ଭାବେ ଉଭା ହୋଇଛି । ରାଜ୍ୟସଭାରେ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ସଦ୍ୟ ତଥ୍ୟ ଏହାର ଭୟାବହତାକୁ ଦର୍ଶାଉଛି । ସେହି ତଥ୍ୟ ଅନୁସାରେ, ୨୦୨୧ ରୁ ୨୦୨୫ ମଧ୍ୟରେ ଦେଶରେ ବ୍ରେଷ୍ଟ କ୍ୟାନସର ବାସ୍ତନ କର୍କଟର ନୂଆ ମାମଲା ଏବଂ ଏହାଯୋଗୁ ହେଉଥିବା ମୃତ୍ୟୁ ପ୍ରାୟ ୧୩ ପ୍ରତିଶତ ବଢ଼ିଛି ।

ଅଧିକ ପଢନ୍ତୁ- ଖୁବ୍ ଶୀଘ୍ର ଆରମ୍ଭ ହେବ ବେଙ୍ଗାଲୁରୁ-ମୁମ୍ୱାଇ ପ୍ରିମିୟମ ଟ୍ରେନ୍ ସେବା : ରେଳ ମନ୍ତ୍ରୀଙ୍କ ବଡ଼ ଅପଡେଟ୍

୨୦୨୫ରେ ସ୍ତନ କର୍କଟର ନୂଆ ମାମଲା୨.୪୦ ଲକ୍ଷ ପାର୍ କରିବାର ଅନୁମାନ ରହିଛି ଯାହାକି ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଲାଗି ଏକବଡ଼ ଚାଲେଞ୍ଜ । ତେବେ ତଥ୍ୟର ବିଶ୍ଳେଷଣରୁ ଓଭାରିଆନ୍ କ୍ୟାନସର ବା ଗର୍ଭାଶୟ କର୍କଟ ସବୁଠୁ ଅଧିକ ଘାତକ ସାଜୁଥିବା ଜଣାପଡି଼ଛି ।ସେହି ମାମଲାରେ ମୃତ୍ୟୁ ହାର ପ୍ରାୟ ୬୧ପ୍ରତିଶତ ରହିଛି । ଏହାପରେ ସର୍ଭାଇକାଲ୍ କ୍ୟାନସରରେ ମୃତ୍ୟୁ ହାର ୫୪ ପ୍ରତିଶତ ଏବଂ ସ୍ତନ କର୍କଟରେ ମୃତ୍ୟୁ ହାର ୪୩ ପ୍ରତିଶତ ରହୁଥିବା ଜଣାପଡ଼ିଛି । ସେ ଆହୁରି କହିଛନ୍ତି ଯେ, ଉତ୍ତରପ୍ରଦେଶ,ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନରେ ସର୍ବାଧିକ କର୍କଟ ମାମଲା ସାମ୍ନାକୁ ଆସିଛି । ବିହାର, ଛତିଶଗଡ଼ରେ କର୍କଟ ଗ୍ରାଫ୍ ସବୁଠୁ ତୀବ୍ର ଭାବେ ବଢ଼ିଛି । ଏହି ଦୁଇରାଜ୍ୟରେ ନୂଆ ମାମଲାରେ ପ୍ରାୟ ୨୧-୨୨ପ୍ରତିଶତ ଏବଂ ମୃତ୍ୟୁ ମାମଲାରେ ୨୦ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି ଯାହାକି ଚିନ୍ତାଜନକ ବିଷୟ । ଏଭଳି କ୍ଷେତ୍ରରେ ରୋଗର ପ୍ରାଥମିକପର୍ଯ୍ୟାୟରେ ହିଁ ତାକୁ ଚିହ୍ନଟ ଲାଗି ସରକାର ୩୦ ବର୍ଷରୁ ଅଧିକ ବୟସର ମହିଳାଙ୍କ ଅନିବାର୍ଯ୍ୟ ସ୍କ୍ରିନିଂ ଉପରେ ଜୋର୍ ଦେଉଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି ।