ନୂଆଦିଲ୍ଲୀ,୨୩/୧୦: ଋଷର କଜାନରେ ହେଉଥିବା ୧୬ତମ ବ୍ରିକ୍ସ ସମ୍ମିଳନୀ ଉପରେ ସମସ୍ତଙ୍କର ନଜର ରହିଛି। ତେବେ ଏହାରି ଭିତରେ ଏକ ଫଟୋ ଯଥେଷ୍ଟ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଫଟୋ ଆମେରିକା ପାଇଁ ଏବେ ଚିନ୍ତା ବଢ଼ାଇବ। ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ପିଏମ୍‌ ମୋଦୀ, ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଋଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ୍‌ ଗୋଟିଏ ସ୍ଥାନରେ ବସି ହସୁଥିବା ଦେଖିବାକୁ ମିଳିଥିଲା। 

ବିଶ୍ବର ପ୍ରମୁଖ ତିନୋଟି ଶକ୍ତିଶାଳି ରାଷ୍ଟ୍ର ମଧ୍ୟରେ ସାମିଲ ଭାରତ, ଋଷ ଏବଂ ଚୀନ୍‌ର ଶୀର୍ଷ ନେତାଙ୍କ ଏହି ହସ ମୁହୁର୍ତ୍ତର ଫଟୋ ବିଶ୍ବର ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର ଆମେରିକାର ଚିନ୍ତା ବଢ଼ାଇଦେଇଛି। ସୂଚନାଥାଉକି, ବ୍ରିକ୍ସ ହେଉଛି ପାଞ୍ଚୋଟି ପ୍ରମୁଖ ରାଷ୍ଟ୍ର ବ୍ରାଜିଲ୍, ଋଷ, ଭାରତ, ଚୀନ୍‌ ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ଏକ ସଂଗଠନ। ଅବଶ୍ୟ ଚଳିତ ଥର ଚାରୋଟି ନୂଆ ରାଷ୍ଟ୍ର ଇରାନ୍, ମିଶର, ଇଥିଓପିଆ ଏବଂ ସଂଯୁକ୍ତ ଅରବ ଏମିିରେତ ମଧ୍ୟ ସାମିଲ ହୋଇଛି। ବ୍ରିକ୍ସ ସଂଗଠନର ରାଷ୍ଟ୍ରଗୁଡ଼ିକ ସବୁବେଳେ ଆମେରିକା ପାଇଁ ଚିନ୍ତା ରହିଆସିଛି।

ସୂଚନାଥାଉକି, ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବାକୁ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଋଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ ମୋଦୀଙ୍କ ସ୍ବାଗତ ଅତ୍ୟନ୍ତ ଭବ୍ୟ ସମାରୋହ ଏବଂ ସ୍ବତନ୍ତ୍ର ଆତିଥ୍ୟତାର ସହିତ କରାଯାଇଥିଲା। ଏହା ପରେ ପୁଟିନ୍‌ ଓ ପିଏମ୍‌ ମୋଦୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା। ମୋଦୀ କହିଛନ୍ତି ଗତ ଦୁଇ ମାସ ଭିତରେ ଦୁଇଥର ଋଷ ଗସ୍ତ କରିବା ଉଭୟ ଦେଶର ବନ୍ଧୁତାର ପ୍ରମାଣ ଅଟେ।