ନୂଆଦିଲ୍ଲୀ: ଆଜି ସାବିତ୍ରୀ ବ୍ରତ । ସ୍ତ୍ରୀ ସ୍ବାମୀଙ୍କ ମଙ୍ଗଳକାମନା ପାଇଁ ବ୍ରତ ରଖୁଛନ୍ତି । ତେବେ ଆଜି ଭଳି ଏକ ଦିନରେ ଏକ ଖବର ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ବାମୀଙ୍କୁ ଛାଡ଼ି ମହିଳା ଫେରାର ହୋଇଛନ୍ତି । ଘରୁ ୭୨ ହଜାର ନଗଦ ଟଙ୍କା ସହ ସୁନା ଅଳଙ୍କାର ନେଇ ଫେରାର ହୋଇଥିବା ଅଭିଯୋଗ କରିଛନ୍ତି ସ୍ବାମୀ । ବିହାରର ମୁଜାଫରପୁରରୁ ଆସିଛି ଏଭଳି ଏକ ଖବର । ଯଦିଓ ଘଟଣା ଏକ କିଛିଦିନ ମଧ୍ୟରେ ଘଟିଛି ତଥାପି ଏହା ଉପରେ ମହିଳାଙ୍କ ପରିବାର ଲୋକଙ୍କ ପାଲଟା ଅଭିଯୋଗ ପରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଚଳିତ ମାସରେ ବିବାହ କରିଥିଲେ ଧର୍ମେନ୍ଦ୍ର । ବେଶ ଖୁସିର ସହ ଭୋଜିଭାତର ଆୟୋଜନ କରିଥିଲେ । ବନ୍ଧୁ ପରିଜନ ବିବାହ କାର୍ଯ୍ୟକ୍ରମ ପରେ ଘରକୁ ଫେରିଥିଲେ । ପତ୍ନୀଙ୍କ ସହ ବେଶ ଖୁସିରେ ଥିଲେ ଧର୍ମେନ୍ଦ୍ର । ନୂଆ ନୂଆ ବାହା ହୋଇଥିବାବେଳେ ମୋବାଇଲରେ ଷ୍ଟାଟସ ମଧ୍ୟ ରଖୁଥିଲେ । ଆଉ ଭବିଷ୍ୟତ ପାଇଁ କେତେ କଣ ଭାବିଥିଲେ । ମାତ୍ର ସକାଳୁ ଉଠିବା ବେଳକୁ ପାଖରେ ପତ୍ନୀଙ୍କୁ ପାଇନଥିଲେ । ପ୍ରଥମେ ଭାବିଥିଲେ କି, ସେ ଘର କାମ କରୁଥିବେ ବୋଧେ । ମାତ୍ର ତାଙ୍କୁ ନପାଇବା ପରେ ଚିନ୍ତା ବଢ଼ିଯାଇଥିଲା ।

ଏକଥା ପରିବାର ଲୋକଙ୍କୁ ଜଣାଇବା ପରେ ସେମାନେ ଘରର ଗହଣା ଏବଂ ଟଙ୍କା ଖୋଜିବା ବେଳକୁ ପାଇନଥିଲେ । ତେବେ ସେ ଫେରାର ହୋଇଥିବା ନେଇ ନିଶ୍ଚିତ ହୋଇଥିଲେ । ଏ ନେଇ ପୁଲିସକୁ ଖବର ଦେବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ମାତ୍ର ଝିଅଘର ଲୋକ ପାଲଟା ଅଭିଯୋଗ କରିଛନ୍ତି କି, ତାଙ୍କ ଝିଅକୁ ଅବହରଣ କରାଯାଇଛି । ପୁଲିସ ଏହି ଘଟଣାରେ ପଦକ୍ଷେପ କରୁଥିବାବେଳେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଛି । ତେବେ ଯୁବତୀ ଜଣକ ସାମ୍ନାକୁ ପ୍ରକୃତ ସତ କଣ ଜଣାପଡ଼ିବ । ମାତ୍ର ପୁଲିସ ପକ୍ଷରୁ କୁହାଯାଉଛି କି, ପ୍ରେମ ବ୍ୟାପାରରୁ ଏଭଳି ହୋଇଥାଇପାରେ ।

ଏହାସହ ପଢ଼ନ୍ତୁ : ଗର୍ଭଧାରଣ କରିବାର ସଠିକ୍ ବୟସ କେତେ ହେବା ଦରକାର? ଜାଣନ୍ତୁ କ’ଣ କୁହନ୍ତି ଫର୍ଟିଲିଟି ଏକ୍ସପର୍ଟ