ଲହୁଣୀପଡ଼ା ,୨୬/୮: ସାପ କାମୁଡାରେ ଚାଲିଗଲା ଭାଇ-ଭଉଣୀଙ୍କ ଜୀବନ । ଏପରି ଏକ ଦୁଃଖଦ ଖବର ଆସିଛି ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡା ପଂଚାୟତ ଝିରପାଣି ଗାଁରୁ । ମୃତ ନାବାଳକ ଭାଇ-ଭଉଣୀ ହେଲେ ଏଭମ ଲାକ୍ରା ଓ  ଏଭଲିନା  ଲାକ୍ରା । 

ସୂଚନା ମୁତାବକ, ସୋମବାର ରାତିରେ ଉଭୟ ପରିବାର ଲୋକଙ୍କ ସହ ଖାଇସାରି ଶୋଇଥିଲେ । ସେହି ସମୟରେ କୌଣସି ବିଷଧର ସାପ ସେମାନଙ୍କୁ କାମୁଡ଼ିଥିଲା । ଏନେଇ ପରିବାରଲୋକ ଜାଣିବା ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ବୋଲି ଘୋଷଣା କରିଥିବା ଜଣାପଡ଼ିଛି। ଅନ୍ୟପଟେ ଖବରପାଇ ଚାନ୍ଦିପୋଷ ପୁଲିସ ମୃତଦେହ ଜବତ କରିବା ସହ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।