ଫୁଲବାଣୀ,୩/୬ : କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ଜଣେ ବିଏସ୍ଏଫ ଯବାନ ତାଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ରସି ଲଗେଇ ଆତ୍ମହତ୍ୟା କରିଛନ୍ତି । କେଉଁ କାରଣକୁ ନେଇ ସେ ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ । ମୃତ ଯବାନ ଜଣକ ତାମିଲନାଡୁ ରାଜ୍ୟ କନ୍ୟାକୁମାରୀ ଜିଲ୍ଲା ତିରିବାତର ଥାନା ଅଂଚଳର ଏଲ.ଦାଭି ବୋଲି ଜଣାପଡ଼ିଛି ।
ସୁଚନା ଅନୁସାରେ ସେ ଜିଲ୍ଲା ପୁଲିସ ରିଜର୍ଭ ପରିସରରେ ଥିବା ବିଏସ୍ଏଫ ମୁଖ୍ୟାଳୟରେ କାମ କରୁଥିଲେ । ସକାଳେ କେହି ନ ଥିବା ସୁଯୋଗ ନେଇ ଯବାନ ଜଣଙ୍କ ରସି ଲଗେଇ ଦେଇଥିଲେ । କିଛି ସମୟ ପରେ ଜଣେ ସାଥି ଯବାନ କାର୍ଯ୍ୟାଳୟକୁ ଆସି ଦେଖିବାରୁ ସଂଗେ ସଂଗେ ଫୁଲବାଣୀ ଟାଉନ ଥାନାକୁ ଖବର ଦେଇଥିଲେ । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ଭୁବନେଶ୍ୱର ନେଇଛି । ସେଠାରୁ ବିଏସଏଫ ପକ୍ଷରୁ ଉଡାଜାହାଜ ଯୋଗେ ତାଙ୍କ ମରଶରୀରକୁ ତାମିଲନାଡୁ ପଠାଯିବ । ଥାନାରେ କେଶ ନଂ ୨୪/୨୫ରେ ମାମଲା ରୁଜୁ ହୋଇଛି । ଯବାନ ଜଣଙ୍କ ୨ ବର୍ଷ ହେବ ବିବାହ କରିଥିଲେ ବୋଲି ଜଣାପଡ଼ିଛି।