ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଆର୍ଥିକ ବର୍ଷ ୨୦୨୬-୨୭ ବଜେଟ୍ ଆଗତ କରିଛନ୍ତି। କିନ୍ତୁ ତାଙ୍କର ଏହି ବଜେଟ୍ ବଜାରକୁ ପସନ୍ଦ ଆସିନଥିଲା। ବଜେଟ୍ ପରେ ସେୟାର ବଜାରରେ ହ୍ରାସ ଘଟିଛି। ବିଏସ୍ଇ ସେନସେକ୍ସ ୨,୩୦୦ ପଏଣ୍ଟରୁ ଅଧିକ ଖସିଥିଲା। ସେଭଳି ନିଫ୍ଟି ୭୦୦ ପଏଣ୍ଟ ହ୍ରାସ ପାଇଛି। ଏହା ସହ ଗୋଟିଏ ଝଟକାରେ ନିବେଶକ ହରାଇଛନ୍ତି ୮ ଲକ୍ଷ କୋଟି। କ୍ୟାପିଟାଲ୍ ସେକ୍ଟରରେ ପ୍ରବଳ କ୍ଷତି ଦେଖିବାକୁ ମିଳିଛି। ସୀତାରମଣ ଯେତେବେଳେ ସକାଳ ୧୧ଟା ବେଳେ ଭାଷଣ ପଢିବା ଆରମ୍ଭ କରିଥିଲେ ସେନସେକ୍ସ ୪୦୦ ପଏଣ୍ଟ ହ୍ରାସ ପାଇଥିଲା। କିନ୍ତୁ ବଜେଟ୍ ଭାଷଣ ଶେଷ ହେବା ମାତ୍ରେ ୨,୩୦୦ ପଏଣ୍ଟକୁ ଖସି ଯାଇଥିଲା। ମଧ୍ୟାହ୍ନ ୧୨ଟା ୪୦ ସୁଦ୍ଧା ଏହା ୧,୦୩୫.୩୪ ପଏଣ୍ଟ ଅର୍ଥାତ ୧.୨୬% ସହ ୮୧,୨୩୪.୪୪ ପଏଣ୍ଟରେ ଥିଲା। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୫୦ ଇଣ୍ଡେକ୍ସ ୩୩୨.୪୦ ପଏଣ୍ଟ ଅର୍ଥାତ ୧.୩୧% ହ୍ରାସ ସହିତ ୨୪,୯୮୮.୨୫ ପଏଣ୍ଟରେ ଥିଲା।  ବିଏସ୍‌ଇ ଏବଂ ଗ୍ରୋ ଭଳି ଷ୍ଟକ ଗୁଡ଼ିକରେ ମାନ୍ଦାବସ୍ଥା ଦେଖାଯାଉଛି। ବେଦାନ୍ତ, ହିନ୍ଦୁସ୍ତାନ ଜିଙ୍କ୍, ଏବଂ ହିନ୍ଦୁସ୍ତାନ କପର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପାଇଛି। ନିଫ୍ଟି ୨୪,୮୦୦ ତଳେ କାରବାର କରୁଛି, ଯେତେବେଳେ ସେନସେକ୍ସ ୮୦,୫୦୦ ତଳେ କାରବାର କରୁଛି।

ବଜେଟ୍ ଭାଷଣରେ,ସୀତାରମଣ ଘୋଷଣା କରିଥିଲେ ଯେ ଫ୍ୟୁଚର୍ସ ଟ୍ରେଡ ଉପରେ ସ୍ୱତନ୍ତ୍ର ଟିକସ ୦.୦୨% ରୁ ୦.୦୫% କୁ ବୃଦ୍ଧି କରାଯିବ । ଏହା ବ୍ୟତୀତ ବିକଳ୍ପ ପ୍ରିମିୟମ ଉପରେ ସ୍ୱତନ୍ତ୍ର ଟିକସ ୦.୧% ରୁ ୦.୧୫% କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ । ଏହା ଷ୍ଟକ୍ ବଜାର ଉପରେ ନକାରାତ୍ମକ ପ୍ରଭାବ ପକାଇଥିଲା  ସେନସେକ୍ସର ସବୁ ୩୦ଟି ସେୟାର ହ୍ରାସ ଘଟିଥିଲା। ବିଇଏଲର ସେୟାରରେ ୧୦ ପ୍ରତିଶତ ହ୍ରାସ ଘଟିଛି। ସେଭଳି ଏସ୍ବିଆଇର ସେୟାର ୮% ହ୍ରାସ ଘଟିଛି। ରେଲଓ୍ବେ,ଇନଫ୍ରା ଓ ସେମିକଣ୍ଡକ୍ଟର ସହ ଗଡିତ ସେୟାରରେ ବୃଦ୍ଧି ଘଟିଛି। ରବିବାର ହେବା ପରେ ବଜେଟ୍ କାରଣରୁ ଆଜି ସେୟାର ବଜାରରେ ଟ୍ରେଡିଂ ହେଉଛି। ପ୍ରାରମ୍ଭିକ ଉପର-ତଳ ପରେ ସେୟାର ମାର୍କେଟରେ ପ୍ରାୟ ୧୧ଟା ବେଳେ ବୃଦ୍ଧି ଦେଖିବାକୁ ମିଳିଥିଲା। କିନ୍ତୁ ବଜେଟ୍ ଭାଷଣ ଶେଷ ହେବାମାତ୍ରେ ଧରାଶାୟର ହୋଇଥିଲା ସେୟାର ବଜାର।

କେଉଁ ସେୟାରରେ ବୃଦ୍ଧି ?

ରେଳବାଇ ସେୟାରରେ ଦୃତ ବୃଦ୍ଧି ଦେଖିବାକୁ ମିଳିଛି। ରେଳମନ୍ତ୍ରୀ ସାତଟି ନୂତନ ହାଇ-ସ୍ପିଡ୍ କରିଡର ନିର୍ମାଣ ଘୋଷଣା କରିଛନ୍ତି। ଏହି କାରଣରୁ ଆରଭିଏନ୍ଏଲର ସେୟାର ୨ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ୩୫୧ ଟଙ୍କାରେ ପହଞ୍ଚିଛି, ସେଭଳି ଆଇଆରଏଫ୍ସି ସେୟାର ୩ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଆଇଆରସିଟିସି ସେୟାର ପ୍ରତି ସେୟାର ୬୩୨ ଟଙ୍କାରେ କାରବାର ହେଉଛି, ଯାହା ୧.୫ ପ୍ରତିଶତ ବୃଦ୍ଧି ପାଇଛି। ଆଇଆରସିଓଏନ୍ ସେୟାର ୩ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ୧୬୮ ଟଙ୍କାରେ ପହଞ୍ଚିଛି। ଟିଟାଗଡ଼ ରେଳ ସିଷ୍ଟମ୍ ୩ ପ୍ରତିଶତ ବୃଦ୍ଧି ପାଇ ୮୪୩ ଟଙ୍କାରେ ପହଞ୍ଚିଛି।

ଆଜି ଏମ୍ସିଏକ୍ସ ସେୟାରରେ ଦ୍ରୁତ ହ୍ରାସ ଘଟିଛି, ସୁନା ଏବଂ ରୂପା ମୂଲ୍ୟ ହ୍ରାସ ପାଇବା ସହିତ ୫% ଲୋୟର ସର୍କିଟରେ ପହଞ୍ଚିଛି। ଏହାର ଷ୍ଟକ୍ ମୂଲ୍ୟ ୨,୧୪୬ କୋଟିକୁ ହ୍ରାସ ପାଇଛି। ଲାଭ-ବୁକିଂ ଏବଂ ଆମେରିକୀୟ ଡଲାର ମଜବୁତ ହେବା ଯୋଗୁଁ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର ହ୍ରାସ ଘଟିଛି। ରବିବାର ହେବା ସତ୍ତ୍ୱେ, ବଜେଟ୍ ଯୋଗୁଁ ଆଜି ଏମ୍ସିଏକ୍ସରେ ଟ୍ରେଡିଂ ହେଉଛି।

ଆହୁରି ପଢନ୍ତୁ: ବଜେଟ୍ ୨୦୨୬, ଜାଣନ୍ତୁ କ’ଣ ହେଲା ଶସ୍ତା ଏବଂ କ’ଣ ମହଙ୍ଗା ?