ବିନିକା,୧୮/୦୬: ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ବାହାରିଥିଲା ବସ୍ ଶୁଭଲକ୍ଷ୍ମୀ । ଅଧାବାଟରେ ଘଟିଲା ଅଘଟଣ । ବ୍ରିଜ ଉପରେ ଥିବା ଖୁଣ୍ଟରେ ପିିଟି ହେଲା ବସ୍ ଶୁଭଲକ୍ଷ୍ମୀ । ବିନିକା ମୁର୍ମୁରୀ ଜୋର ବ୍ରିଜ ଉପରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ।
ସକାଳ ପ୍ରାୟ ୯ଟା ୩୦ ମିନିଟ୍ରେ ବରଗଡ଼ରୁ ବୌଦ୍ଧ ଭୟା ବିନିକା ଯାଉଥିଲା ଘରୋଇ ବସ୍ ଶୁଭଲକ୍ଷ୍ମୀ ରେଜିଷ୍ଟ୍ରେସନ ନମ୍ବର (OR,17,7842) । ମୂର୍ମୁରୀ ବ୍ରିଜ ପାଖରେ ଥିବା ସୁରକ୍ଷା ଖୁଣ୍ଟରେ ବାଡେଇ ହୋଇ ରହି ଯାଇଥିଲା । ସୌଭାଗ୍ୟବଶତଃ କିଛି ଅଘଟଣ ଘଟିନାହିଁ । ବସ୍ରେ ବସିଥିବା ପ୍ରାୟ ୩୦ଜଣ ଯାତ୍ରୀ ଥିଲେ । ସମସ୍ତେ ସୁରକ୍ଷିତ ଅଛନ୍ତି । ସାମାନ୍ୟ ଖଣ୍ଡିଆ ଖାବରାକୁ ଛାଡିଦେଲେ କାହାର ବେଶୀ କିଛି କ୍ଷତି ହୋଇ ନାହିଁ । ଘଟଣାସ୍ଥଳରେ ଉତ୍ୟକ୍ତ ଲୋକେ ବସ୍ ଡ୍ରାଇଭରଙ୍କୁ ଦୋଷ ଦେଇଛନ୍ତି । ବସ୍ ଚାଳକ ମୋବାଇଲରେ କଥା ହୋଇ ଗାଡ଼ି ଚଳାଉଥିବାରୁ ଦୁର୍ଘଟଣା ଘଟିଥିବା କହିଛନ୍ତି ଯାତ୍ରୀ ।